ଅନୁଗୁଳ – ୨୦୨୩-୨୪ ରେ ବାଘ ଗଣନା ରିପୋର୍ଟ ପ୍ରକାଶ କରିଛି ୱାଇଲ୍ଡ ଲାଇଫ ଓଡିଶା । ଏହି ରିପୋର୍ଟ ଅନୁସାରେ ଓଡିଶାରେ ଗୋଟିଏ ନେସନାଲ ପାର୍କ , ଗୋଟିଏ ପ୍ରସ୍ତାବିତ ନେସନାଲ ପାର୍କ ଏବଂ ୧୯ ଟି ବନ୍ଯଜନ୍ତୁ ଅଭୟାରଣ୍ଯ ରହିଛି । ଏହି ସବୁ ଅଞ୍ଚଳରେ କ୍ଯାମେରା ଟ୍ରାପ ମାଧ୍ଯମରେ ଗଣନା କରା ଯାଇଥିବା ବେଳେ ଏହି ଗଣନା ଅନୁସାରେ ରାଜ୍ୟରେ ମୋଟ ବାଘ ସଂଖ୍ୟା ୩୮ ରହିଛି । ଏମାନଙ୍କ ମଧ୍ଯରେ ୨୭ ଟି ବାଘ କ୍ଯାମେରାରେ ଟ୍ରାପ ହୋଇଥିବା ବେଳେ ୩ ଟି ଶିମିଳିପାଳ ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ଏହା ସହ ୮ ଟି ବାଘ ଶାବକ ଥିବା ୱାଇଲ୍ଡ ଲାଇଫ ସ୍ପଷ୍ଟ କରିଛି । ତେବେ ଏହି ସବୁ ବାଘ ଓ ବାଘୁଣି ଶିମିଳିପାଳ , କେନ୍ଦୁଝର , ପାରଳାଖେମୁଣ୍ଡି ଓ ହିରାକୁଦ ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ସାତକୋଶିଆରେ କୌଣସି ବାଘ ନଥିବା ସ୍ପଷ୍ଟ କରିଛି ୱାଇଲ୍ଡ ଲାଇଫ ।
What’s your Reaction?
+1
+1
+1
+1
+1
2
+1
+1