ରାଜନୀତି ପୌରାଧ୍ୟକ୍ଷ ପାଇଁ ୩ ଓ କାଉନସିଲର ପାଇଁ ୧୯ ଜଣଙ୍କ ନାମାଙ୍କନ ଦାଖଲ Angul OnlineMarch 6, 2022March 6, 2022 ଅନୁଗୁଳ – ଅନୁଗୁଳ ପୌରପାଳିକାର ପୌରାଧକ୍ଷ ପଦବୀ ପାଇଁ ରବିବାର ଦିନ ୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୧୯ ଜଣ କାଉନସିଲର ପଦବୀ ପାଇଁ ନାମଙ୍କନ ଦାଖଲ କରିଛନ୍ତି । ବିଜେଡିରେ ଏବେ ଏବେ ସାମିଲ ହୋଇଥିବା ଅକ୍ଷୟ କୁମାର ସାମନ୍ତ ପୌରାଧକ୍ଷ ପଦବୀ ପାଇଁ ଆଜି ସ୍ୱାଧୀନ ଭାବେ ପ୍ରାର୍ଥୀ ଭାବେ ଦାଖଲ କରିଥିବା ବେଳେ , ଗୁରୁ ଚରଣ ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ଭାବେ ଏବଂ କଂଗ୍ରେସ ଦଳରୁ ବଲବୀର ସିଂ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପର ପକ୍ଷରେ ପୌରାଧକ୍ଷ ପ୍ରାର୍ଥୀ ପାଇଁ ବିଜେଡି ଏବଂ ବିଜେପି କଂଗ୍ରେସ , ଆମ ଅଦମୀ ପାର୍ଟି ଓ ସିପିଆଇ(ଏମ) ଦଳର ପ୍ରାର୍ଥୀମାନେ ୭ ତାରିଖ ଦିନ ତାଙ୍କର ନାମାଙ୍କନ ଦାଖଲ କରିବେ ବୋଲି ଜଣା ପଡ଼ିଛି । ସେପଟେ ବିଜେପି ପକ୍ଷରୁ ଦିଲୀପ ପ୍ରଧାନ , ଆମ ଅଦମୀ ପାର୍ଟି ପକ୍ଷରୁ ବାପୁଜୀ ପ୍ରଧାନ , ସିପିଆଇ(ଏମ) ପକ୍ଷରୁ ପ୍ରପା ପ୍ରସାଦ ନନ୍ଦ ପୌରାଧ୍ୟକ୍ଷ ପ୍ରାର୍ଥୀ ହେବେ ବୋଲି ଦଳ ଘୋଷଣା କରିଛି । ଏହା ସହିତ ଅନୁଗୁଳ ପୌରପାଳିକାର ୨୩ ଟି ୱାର୍ଡ ପାଇଁ କାଉନସିଲର ପ୍ରାର୍ଥୀ ମାନେ ମଧ୍ୟ ୭ ତାରିଖ ଦିନ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । Advertisement
ମୁକ୍ତା ଯୋଜନାର ସଫଳତା – ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଅନୁଗୁଳ – ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ପୂର୍ବରୁ ଗୁରୁବାର ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ…
ଅନୁଗୁଳରେ ବବିଙ୍କ ପ୍ରଚାର ଆରମ୍ଭ – ମା’ଙ୍କ ନେଲେ ଆଶିଷ ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ ମାହେଶ୍ବରୀଙ୍କ ଦର୍ଶନ ସହ ଅନୁଗୁଳ ଜିଲ୍ଲାରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡିର ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ…
ପୌର ନିର୍ବାଚନ ଠିକ ପୂର୍ବରୁ ବିଜେଡ଼ିକୁ ଝଟକା – ନଗର ବିଜେଡି ଉପସଭାପତିଙ୍କ ଇସ୍ତଫା adv- ଅନୁଗୁଳ – ପୌର ନିର୍ବାଚନ ପାଇଁ ହାତରେ ମାତ୍ର ଆଉ ଦୁଇଦିନ ଥିବା ବେଳେ ବିଜେଡ଼ିକୁ ଏକ ଝଟକା ଲାଗିଛି । ସବୁ ପ୍ରମୁଖ ଦଳ…