ମୁଖ୍ୟ ଖବର ୧୫ ଏୟୁସିସିବି ନିର୍ଦ୍ଦେଶକ ପଦ ନିର୍ବାଚନ ୪୬ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ Angul OnlineOctober 7, 2022October 7, 2022 ଅନୁଗୁଳ – ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ( ଏୟୁସିସିବି ) ନିର୍ଦ୍ଦେଶକ ପଦ ପାଇଁ ଆସନ୍ତା ୩୦ ତାରିଖରେ ନିର୍ବାଚନ ହେବାକୁ ଅଛି । ଏଥିପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ମୋଟ ୧୫ ଟି ନିର୍ଦ୍ଦେଶକ ପଦ ପାଇଁ ୪୬ ଜଣ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଏଥିରୁ ୩ଟି ପଦରେ ମାତ୍ର ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ ସେମାନେ ନିର୍ଦ୍ୱନ୍ଦରେ ବିଜୟୀ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ସମବାୟ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ପ୍ରାଥମିକ ସେବା ସମବାୟ ସମିତିଗୁଡିକର ନିର୍ଦ୍ଦେଶକ ଓ ସଭାପତି ନିର୍ବାଚନ ହୋଇଛି । ଦ୍ଵିତୀୟ ପର୍ଯ୍ୟାୟରେ ଆସନ୍ତା ୩ ତାରିଖରେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଉଭୟ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ସମସ୍ତ ପ୍ରାଥମିକ ସେବା ସମବାୟ ସମିତିର ନିର୍ଦ୍ଦେଶକମାନେ ଭୋଟ୍ ଦେବେ । ଏଥିପାଇଁ ଗତ ୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିଲା । ଦୁଇ ଜିଲ୍ଲାକୁ ମୋଟ୍ ୧୫ଟି ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇଥିବା ବେଳେ ମୋଟ ୩୦୬୧ ଜଣ ଭୋଟର ରହିଛନ୍ତି । ଏହି ଭୋଟରମାନେ ନିର୍ଦ୍ଦେଶକ ଚୟନ କରିବା ପରେ ନିର୍ଦେଶକମାନେ ସଭାପତି ବାଛିବେ । ଆସନ୍ତା ୯ ତାରିଖରେ ଏହି ନାମାଙ୍କନ ପତ୍ରଙ୍କୁ ଯାଞ୍ଚ କରାଯିବ । ଏହାପରେ ପ୍ରାର୍ଥୀ ପ୍ରତ୍ୟାହାର ପରେ ୧୪ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୩୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । Advertisement
ନକଲି ତେଲ ପରେ ନକଲି ଅଟା ଓ ହଳଦୀ ଜବତ – ଜଣେ ଗିରଫ ଅନୁଗୁଳ – ଗତ ୨ ଦିନ ତଳେ ଅନୁଗୁଳ ଜିଲ୍ଲା ପଞ୍ଚମହଲା ନିକଟରେ ଥିବା ଏକ ନକଲି ପାମୋଲିନ ତେଲ କାରଖାନା ଉପରେ ପୋଲିସ ଚଢାଉ କରି…
ଅଧ୍ୟାପକ ଜାଲିଆତି କରିଥିବା ସ୍ପଷ୍ଟ – ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ପତିତପାବନ ଡିଗ୍ରି ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଏକ ପ୍ରକାର…
ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ଅଦଳବଦଳ ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ଗୁରୁବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ନୂଆ ବର୍ଷରେ ନୂଆ ଏସ୍ପି ଭାବେ…