ବନ୍ଧା ହେଲେ ନର୍ସିଂ କଲେଜ ମାଲିକ

ବନ୍ଧା ହେଲେ ନର୍ସିଂ କଲେଜ ମାଲିକ

ଅନୁଗୋଳ – ଅନୁଗୋଳ ସାଇଶ୍ରଦ୍ଧା କଲେଜ ଅଫ ନର୍ସିଂର ମାଲିକଙ୍କୁ ଛେଣ୍ଡିପଦା ପୋଲିସ ଗିରଫ କରିଛି ।ସୂଚନା ଅନୁସାରେ ଉକ୍ତ କଲେଜରେ ପାଠ ପଢ଼ୁଥିବା ତିନି ଜଣ ଛାତ୍ରୀଙ୍କୁ ଫେକ ଆଡ଼ମିଟ କାର୍ଡ ଦେଇ ଥିବାରୁ ସେମାନେ ଚଳିତବର୍ଷ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ । ଫଳରେ ସେମାନେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ ଦେଇ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ । ସେମାନଙ୍କ ସମସ୍ୟା ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ସେମାନେ ଧରଣାରୁ ହଟିଥିଲେ । ତେବେ ପ୍ରଶାସନ ପ୍ରତିଶ୍ରୁତି ପୂରଣ ନ କରିବାରୁ ଗତ ମାର୍ଚ୍ଚ ୩1 ତାରିଖରେ ଉକ୍ତ ତିନି ଜଣ ଛାତ୍ରୀ ଆମରଣ ଅନଶନରେ ବସିବା ସହ ଆତ୍ମହୁତି ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କ ଠାରୁ ପେଟ୍ରୋଲ ଜବତ କରିବା ସହ ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ତେବେ ସମୟ ମୁତାବକ ଆଜି ସାଇ ଶ୍ରଦ୍ଧା କଲେଜ ଅଫ ନର୍ସିଂର ମାଲିକ କୈଳାଶ ଚନ୍ଦ୍ର ଜେନାଙ୍କୁ ପୁଲିସ ଦଫା ୪୨୦ , ୪୬୮ ,୪୭୧ ଓ ୩୪ ଆପିସିରେ ଗିରଫ କରି କୋର୍ଟ ଚାଲାଣ କରିଥିବା କରିଛି ।

What’s your Reaction?
+1
3
+1
0
+1
0
+1
4
+1
13
+1
2
+1
5

Leave a Reply