ଖେଳ ଓ ଖେଳାଳି ୭ ତାରିଖରୁ ଆରମ୍ଭ ହେଉଛି ଓ ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଣ୍ଟ Angul OnlineAugust 5, 2022August 5, 2022 ଅନୁଗୁଳ – ଚଳିତ ମାସ ୭ ତାରିଖରୁ ଆରମ୍ଭ ହେଉଛି ଓ ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଅନୁଗୁଳ ଓ ବିଭିନ୍ନ ଜିଲ୍ଲାର ଫୁଟବଲ ପ୍ରତିଭାମାନଂଙ୍କୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ରାଜ୍ୟ ତଥା ଜାତୀୟ ସ୍ତରରେ ଅଂଶଗ୍ରହଣ କରିବାର ପ୍ରୟାଶ ରଖି ଅନୁଗୁଳ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହେଉଛି ଓ ପି ଜିନ୍ଦଲ ଅନୁଗୋଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଅନୁଗଗୁଳ ଷ୍ଟାଡିୟମ ଠାରେ ଚଳିତ ମାସ ୭ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅନୁଗୁଳ ସମେତ ଝାରସୁଗୁଡା , ସମ୍ବଲପୁର , କଟକ ଭଳି ବିଭିନ୍ନ ଜିଲ୍ଲାର ଫୁଟବଲ ଖେଳାଳୀ ଅଂଶଗ୍ରହଣ କରି ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିବେ । ପ୍ରତ୍ୟେକ ଦିନ ଟୁର୍ନାମେଣ୍ଟ ଅପରାହ୍ନ ୩ ଘଟିକା ୧୫ ମିନିଟରେ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳୀମାନଂଙ୍କୁ ଉତ୍ସାହିତ କରିବା ନିମନ୍ତେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ ପ୍ରକାଶ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ନାଲକୋ ଜେଆର , ପାଲଲହଡା , ଝାରସୁଗୁଡା , ବାଗଡିଆ , ମାବୁଢୀ କ୍ଲବ ଅନୁଗୁଳ , ସ୍ପୋର୍ଟ୍ସ ହଷ୍ଟେଲ ସମ୍ବଲପୁର , ଆଠମଲ୍ଲିକ , ଚାନ୍ଦ କ୍ଲବ ଅନୁଗୁଳ , ବାରିପଦା ସ୍ପୋର୍ଟ୍ସ ହଷ୍ଟେଲ , ଅଷ୍ଟକିଲା କ୍ଲବ ପତାକା , ଡୋନା କ୍ଲବ ଅନୁଗୁଳ ଓ ଆଠଗଡ ଫୁଟବଲ କ୍ଲବ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । Advertisement
ଜେଏସପି ଭଲିବଲ୍ ଟୁର୍ନାମେଣ୍ଟ ୨୦୨୩ – ରୟାଲ୍ ଡାଇନାମୋସ୍ ଚମ୍ପିୟାନ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ ଭଲିବଲ ଟୁର୍ନାମେଣ୍ଟ –…
ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ ଅନୁଗୁଳ – ହକି ବିଶ୍ୱକପର ୧୫ତମ ସଂସ୍କରଣ ୧୩ରୁ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଏହା ଓଡିଶାରେ ଖେଳାଯିବ । ଭୁବନେଶ୍ୱର ଓ ରାଉରକେଲାରେ ଏଥିନେଇ ସମସ୍ତ ପ୍ରସ୍ତୁତି…
ତୁରଙ୍ଗ କପ ଫୁଟବଲ – ଜଗା ୟୁନାଇଟେଡ଼ ଚମ୍ପିୟାନ ଅନୁଗୁଳ – ତୁରଙ୍ଗ ସ୍ଥିତ ବିଜୁ ପଟନାୟକ ମିନି ଷ୍ଟାଦିୟମ ଠାରେ ୧୧ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟ ର ଉଦଯାପନି ଉତ୍ସବ ପାଳନ ହୋଇଯାଇଛି ।…