ଅନୁଗୁଳ – ଅନୁଗୁଳରେ ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଛି । ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଆଜି ଠାରୁ ଅନୁଗୁଳ ଜିଲ୍ଲା ଯୋଡିହୋଇଛି । ଆଜି ଅନୁଗୁଳ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ୧୧୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଏବଂ ୯୨୪ କାଟି ଟଙ୍କାର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଜିଲ୍ଲାର ବିକାଶ ଧାରାକୁ ଏହା ଆଗକୁ ନେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପାଇପ୍ ଯୋଗେ ପାନୀୟଜଳ ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାର ଚାଷୀଙ୍କ ପାଇଁ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ମାର୍ଟ ହେଲ୍ଥ କାର୍ଡ ଦ୍ୱାରା ଅନୁଗୁଳ ଜିଲ୍ଲାର ୧୦ଲକ୍ଷ ଲୋକ ସୁବିଧା ପାଇବେ । ଚିକିତ୍ସା ପାଇଁ ଟଙ୍କା ଚିନ୍ତା ଦୂର ହେବ । ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଏହି କାର୍ଡ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ରାଜ୍ୟର ୯୬ ଲକ୍ଷ ପରିବାର ଏହି କାର୍ଡ ପାଇବେ । ଜାହ ଫଳରେ ସାଢେ ୩କୋଟି ଲୋକ ଉପକୃତ ହେବେ । ହେଲଥ କାର୍ଡ ପାଇଥିବା ହିତାଧିକାରୀଙ୍କୁ ଦେଶର ବଡ଼ବଡ଼ ୨ ଶହ ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା। ଏହା କାର୍ଡ ପାଇଥିବା ହିତାଧିକାରୀଙ୍କୁ ହସ୍ପିଟାଲରେ କୌଣସି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବନି । ସେମାନେ ବିନା କୌଣସି ଅସୁବିଧାରେ ଡାକ୍ତରଖାନାରେ ନିଜର ଚିକିତ୍ସା କରାଇପାରିବେ । ସ୍ମାର୍ଟ ହେଲ୍ଥ କାର୍ଡ ଦ୍ୱାରା ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ଏପରି ସୁବିଧା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ଉଭା ହୋଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ । ଏହା ସହ ଜିଲ୍ଲାରେ ୧୧୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
What’s your Reaction?
+1
3
+1
1
+1
+1
+1
9
+1
2
+1
3