ଓଡ଼ିଶା ଡିଫ୍ ଟାଇଗର ଚମ୍ପିୟାନ

ଅନୁଗୁଳ – ଅନୁଗୁଳ କଦମ ପଡ଼ିଆରେ ଓଡ଼ିଶା ବଧିର କ୍ରିକେଟ ସଂଘ ଆନୁକୂଲ୍ୟରେ ଫେବୃଆରୀ ୩ ତାରିଖ ଠାରୁ ଆୟୋଜିତ ହୋଇଥିବା ପ୍ରଥମ ଓଡିଶା ଟ୍ବେଣ୍ଟି-୨୦ ବଧିର ଲିଗ୍ ଗୁରୁବାର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ୪ ଗୋଟି ବଧିର ଦଳ ଯୋଗ ଦେଇଥିଲେ । ଏଥିରେ ୭ ଗୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଆଜିର ଫାଇନାଲ ମ୍ୟାଚ୍ ଓଡ଼ିଶା ଡିଫ୍ ଟାଇଗର ଓ ଓଡ଼ିଶା ଡିଫ୍ ଲାୟନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଓଡ଼ିଶା ଡିଫ୍ ଟାଇଗର ଟସ୍ ଜିତି ପ୍ରମମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୨୦ ଓଭର୍ ରେ ୫ ଓ୍ବିକେଟ୍ ହରାଇ ୧୫୬ ରନ୍ ସଂଗ୍ରହ କରିଥିବା ବେଳେ ଓଡ଼ିଶା ଡିଫ୍ ଲାୟନ୍ସ ୧୬ ଓଭର୍ ରେ ସମସ୍ତ ଓ୍ବିକେଟ୍ ହରାଇ ମାତ୍ର ୬୨ ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିଲେ । ଏଥିରେ ଓଡ଼ିଶା ଡିଫ୍ ଟାଇଗର ବିଜୟ ଲାଭ କରିଥିବା ବେଳେ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟଙ୍କ ଠାରୁ ଚାମ୍ପିଆନ୍ ଟ୍ରଫି ଗ୍ରହଣ କରିଥଲେ । ସନ୍ତୋଷ ମହାପାତ୍ର ମ୍ୟାନ ଅଫ୍ ଦି ସିରିଜ୍ ଓ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ବେଷ୍ଟ ବୋଲର୍ ନବୀନ ଅଗ୍ରଓ୍ବାଲା ଓ ଅମନ୍ ଜେନା ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ , ଢେଙ୍କାନାଳ ସଭାପତି , ଅନୁଗୁଳ ବଧିର ସଭାପତି ପର୍ଶୁରାମ ଦାଶ ଓ ଉପାଧ୍ୟକ୍ଷ ମନୋରଞ୍ଜନ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସମସ୍ତ ଟୁର୍ଣ୍ଣାମେଣ୍ଟକୁ ଓଡ଼ିଶା ବଧିର କ୍ରିକେଟ ସଂଘର ସମ୍ପାଦକ ସାଗରକାନ୍ତ ସେନାପତି, ଅନୁଗୁଳ ବଧିର ସଂଘର ସମ୍ପାଦକ ବିଶ୍ଵଜିତ ହୋତା ସମସ୍ତ ସଦସ୍ୟ ପରିଚାଳନାରେ ସାହାଯ୍ୟ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *