ଆଞ୍ଚଳିକ ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଆନ୍ଦୋଳନ ଚେତାବନୀ Angul OnlineJuly 12, 2023July 12, 2023 ଅନୁଗୋଳ – ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ବିଭିନ୍ନ ଦାବି ପୂରଣ ଦିଗରେ ରାଜ୍ୟ ସରକାର ଟାଳଟୂଳ ନୀତି ଗ୍ରହଣ କରୁଛନ୍ତି। ଏଥିନେଇ ବାରମ୍ବାର ଗୁହାରି କଲେ ମଧ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହା ଶୁଣୁ ନ ଥିବା ସଂଘ ଅଭିଯୋଗ କରିଛି। ଆଜି ଏଥିନେଇ ଅନୁଗୁଳ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ଆସନ୍ତା ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସଂଘର ସଦସ୍ୟମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ବୋଲି ଜଣାଇଛନ୍ତି। ଏହା ସତ୍ତ୍ବେ ଦାବି ପୂରଣ ନ ହେଲେ ଆସନ୍ତ ଅଗଷ୍ଟ ପହିଲାରୁ ସାମୂହିକ ଛୁଟିରେ ଯିବେ ବୋଲି ଚେତବନୀ ଦେଇଛନ୍ତି। ସଂଘ ପକ୍ଷରୁ ଦାବି କରାଯାଇଛି ଯେ, ଗ୍ରାମ୍ୟ କୃଷି କର୍ମଚାରୀ ପଦବିର ନାମ ପରିବର୍ତ୍ତନ କରି କୃଷି ସଂପ୍ରସାରଣ ଅଧିକାରୀ କରାଯାଉ। ସେହିପରି ଗ୍ରେଡ ପେ ୨୦୦୦ ଟଙ୍କାରୁ ୪୨୦୦ ଟଙ୍କାକୁ ବଢ଼ାଇବା, ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ଚାକିରିକାଳ ମଧ୍ୟରେ ସର୍ବନିମ୍ନ ୩ ରୁ ୪ ଗୋଟି ପଦୋନ୍ନତି, ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ଚୁକ୍ତିଭିତ୍ତିକ ବ୍ୟବସ୍ଥାର ବିଲୋପ ପରେ ୨୦୧୩ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ୬ ବର୍ଷ ଚୁକ୍ତିଭିତ୍ତିକ ସମୟକୁ ମୂଳ ଚାକିରିରେ ଗଣନା କରି ୬ ଇନକ୍ରିମେଣ୍ଟ ପ୍ରଦାନ, ପଞ୍ଚାୟତ ବା ବ୍ଲକ୍ରେ କାର୍ଯ୍ୟାଳୟ ସହ ସରକାରୀ କାମ ପାଇଁ କମ୍ପ୍ୟୁଟର ଓ ମୋବାଇଲ ଚାର୍ଜ ଖର୍ଚ୍ଚ ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର ସଂପାଦକ ବାଦଲ କୁମାର ଦାଶଙ୍କ ସମେତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। Advertisement
କଲେଜ ଡେମନଷ୍ଟ୍ରେଟରଙ୍କ ପରଲୋକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ଛେଣ୍ଡିପଦା ସ୍ଥିତ ବାପୁଜୀ ମହାବିଦ୍ୟାଳୟରେ ଡେମନଷ୍ଟ୍ରେଟର ରାମଚନ୍ଦ୍ର ସାହୁଙ୍କର ରବିବାର ସକାଳେ କଟକ ଠାରେ ଏକ ଘରୋଇ…
୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ବିଲ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଦାବୀପତ୍ର ଅନୁଗୋଳ – ଅନୁଗୋଳ ଜିଲ୍ଲା ୬୬୨ ବର୍ଗ (+୨ ଓ +୩) ମହାବିଦ୍ୟାଳୟ ସଂଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ…
କେନାଲରେ ବୁଡି ଶିଶୁ ମୃତ ଅନୁଗୁଳ – ଅନୁଗୋଳ ସହର ଉପକଣ୍ଠ ହେମସୁରପଡା କେନାଲରେ ବୁଡି ଆଜି ଜଣେ ଶିଶୁର ମୃତ୍ଯୁ ହୋଇଛି । ହେମସୁରପଡା କେନାଲ ହୁଡାରେ ଦୁଇ ଶିଶୁ ଖେଳୁଥିବା…