ଖେଳ ଓ ଖେଳାଳି ଓଡିଶା ରାଜ୍ୟ ବରିଷ୍ଠ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ Angul OnlineDecember 8, 2022December 8, 2022 ଅନୁଗୁଳ – ଅନୁଗୁଳ ନାଲକୋନଗରସ୍ଥିତ ଇନଡୋର ହଲରେ ଅନୁଗୁଳ ଜିଲ୍ଲା ୟୁନାଇଟେଡ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଦ୍ବାରା ” ଓଡିଶା ରାଜ୍ୟ ବରିଷ୍ଠ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ ୨୦୨୦ ” ଉଦଘାଟିତ ହୋଇ ଯାଇଛି | ଓଡିଶାର ବିଭିନ୍ନ ଜିଲ୍ଲାରୁ ୧୦୯ ଜଣ ପୁରୁଷ ଏବଂ ମହିଳା ଖେଳାଳି ଭାଗ ନେଇଛନ୍ତି । ପୁରୁଷ ଏକକ , ପୁରୁଷ ଯୁଗଳ , ମହିଳା ଏକକ , ମହିଳା ଯୁଗଳ ଏବଂ ମିଶ୍ରିତ ଯୁଗଳ ବର୍ଗରେ ଏହି ଖେଳାଳି ମାନେ ଅଂଶଗ୍ରହଣ କରିବେ । ଆଜିର ଉଦଘାଟନୀ ଉତ୍ସବରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ , ନାଲକୋ ଇଡି ,ଏସ & ପି ଓ ଜିଜିଏମ ଅତିଥି ଭାବେ ଯୋଗ ଦେଇ ଥିଲେ । ଓଡ଼ିଶାର ଏକ ନମ୍ବର ରାଙ୍କରେ ଥିବା ଆର୍ୟା ମାଝୀ ଦ୍ଵିତୀୟ ରାଙ୍କରେ ଥିବା ସ୍ୱାଧୀନ ଗୌଡ଼ ମଧ୍ୟ ଭାଗ ନେଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ଖେଳରେ ଉଭୟ ଉତ୍ତୀଣ୍ଣ ହୋଇଛନ୍ତି । ଅନୁଗୁଳ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ ଶ୍ରୀ ସୁବାଷ ଚନ୍ଦ୍ର ମିଶ୍ର , ସଚିବ ( ଅନୁଗୁଳ ଜିଲ୍ଲା ୟୁନାଇଟେଡ ବ୍ୟାଡମିଣ୍ଟନ ଆସୋସିଏସନ ) ସୂଚନା ଦେଇଛନ୍ତି ଯେ ଅନୁଗୁଳ ଜିଲ୍ଲାର ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଏବଂ ଅନୁଗୁଳ ଜିଲ୍ଲାରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । Advertisement
ହେମସୁରପଡା କପ ଫୁଟବଲ – କୁଚିଣ୍ଡା ଚମ୍ପିୟାନ ଅନୁଗୁଳ – ଅନୁଗୁଳ ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଦ୍ଵାରା ଆୟୋଜିତ ୧୦ମ ହେମସୁରପଡା କପ ଫୁଟବଲ କପର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହୋଇ ଯାଇଛି…
ମା କଳାପାଟ କ୍ରିକେଟ କପ୍ – ଗଡତରାଶ ବିଜୟୀ ଅନୁଗୁଳ – ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଲକର ତଳଗଡ ପଞ୍ଚାୟତ ରେ ମା କଳାପାଟ ଯୁବକ ସଂଘ ଦ୍ବାରା ଆୟୋଜିତ ମା କଳାପାଟ କ୍ରିକେଟ…
କଦମ ପଡିଆରେ ହେବ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ ଅନୁଗୁଳ – ଅନୁଗୁଳରେ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ ପାଇଁ ଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତା ମାନେ କଦମ ପଡିଆ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ…