ଅନୁଗୁଳ – ଓଡିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ ୨୦୨୨-୨୫ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଓ ଶପଥ ପାଠ ଉତ୍ସବ କଟକ ଜିଲ୍ଲା ଖୁଣ୍ଟୁଣୀ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଖୁଣ୍ଟୁଣୀ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ନିର୍ବାଚନରେ ଚତୁର୍ଥ ଥର ପାଇଁ ଅନୁଗୁଳର ବିଭୁତି ପ୍ରସାଦ ଦାସ ମାହାସଂଘର ସାଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ତାଳଚେରର ଦିଲ୍ଲୀପ କୁମାର ପାଣି କାର୍ଯ୍ୟକାରୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ମହାସଂଘର ସଭାପତି ପଦ ପାଇଁ ବୁଭୁତି ପ୍ରସାଦ ଦାସ ଓ ଚନ୍ଦନ କୁମାର ନାୟକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ବିଭୁତି ୩୨ ଖଣ୍ଡ ଭୋଟ ବ୍ଯବଧାନରେ ବିଜୟୀ ହୋଇଥିଲେ । ସାଧାରଣ ସମ୍ପାଦକ ପାଇଁ ଅନୁଷ୍ଠିତ ନିର୍ବାଚନରେ ରବି ନାରାୟଣ ଶତପଥି ୬୧ ଖଣ୍ଡ ଭୋଟ ବ୍ୟବଧାନରେ ପ୍ରତିଦ୍ଵନ୍ଦୀ ପ୍ରଣବ କୁମାର ପଡ଼ିଯାଙ୍କୁ ପରାସ୍ତ କରିଥିଲେ । ସେହିପରି ମହାସଂଘର କାର୍ଯ୍ୟକାରୀ ସଭାପତି ଭାବେ ଦିଲ୍ଲୀପ କୁମାର ପାଣି , କୋଷାଧ୍ୟକ୍ଷ ଭାବେ ପୁଣ୍ୟବରତ ପରିଡା ନିର୍ବାଚିତ ହୋଇଛନ୍ତି ।
What’s your Reaction?
+1
1
+1
+1
+1
1
+1
7
+1
1
+1
1