ତୈଳ ଦର ବୃଦ୍ଧି ପ୍ରତିବାଦ – କଂଗ୍ରେସର ଅଭିନବ ବିକ୍ଷୋଭ

ତୈଳ ଦର ବୃଦ୍ଧି ପ୍ରତିବାଦ – କଂଗ୍ରେସର ଅଭିନବ ବିକ୍ଷୋଭ

ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ତୈଳ ଦର ବୃଦ୍ଧି ପ୍ରତିବାଦରେ ଅଭିନବ ବିକ୍ଷୋଭ କରିଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ଶଗଡ଼ ଗାଡ଼ି ଓ ସାଇକେଲ ରାଲି କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ କରିଥିଲେ । କଂଗ୍ରେସ କର୍ମୀଙ୍କ କହିବା କଥା ତୈଳ ଦର ବୃଦ୍ଧି ସାଧାରଣ ଜନତାଙ୍କୁ କଷଣ ଦେଉଛି । ତୈଳଦର ବୃଦ୍ଧି ଯୋଗୁଁ ଅନ୍ୟ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଉଛି । ଯେଉଁଥିପାଇଁ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ଗାଡି ମୋଟର ଭଡା ବୃଦ୍ଧି ଯୋଗୁଁ ଯାତ୍ରୀଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ଯିବା ଆସିବା ଖର୍ଚ୍ଚ ବଢି ଯାଇଛି । ଗ୍ୟାସ ଦର ଅହେତୁକ ଭାବେ ବଢିବା ଫଳରେ ଚୁଲିମୁଣ୍ଡକୁ ବାଧୁଛି । ଏଥିପାଇଁ , ଏହାର ପ୍ରତିବାଦରେ ଆଜି କଂଗ୍ରେସ ବଳଦ ଗାଡିରେ ଗ୍ୟାସ ଟାଙ୍କି ଲଦି ଓ ସାଇକେଲ ଶୋଭାଯାତ୍ରାରେ  ବିକ୍ଷୋଭ କରିଥିଲେ । ବୁଢ଼ୀ ଠାକୁରାଣୀ ଛକରୁ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ । ତୈଳ ଦର ଓ ଅନ୍ୟାନ୍ୟ ସାମଗ୍ରୀର ଦର ନ କମାଇଲେ ଆଗକୁ ଆହୁରି ବଡ ଧରଣର ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆ ଯାଇଛି । ଆଜିର ଏହି ବିକ୍ଷୋଭ ବେଳେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନାଙ୍କ ସମେତ ଜିତେନ୍ଦ୍ର ପ୍ରଧାନ , ରାଜ କିଶୋର ସାହୁ , ସୁଦୀପ ମିଶ୍ର , ସୁରେଶ ବେହେରା ଆଦି ଉପସ୍ଥିତ ଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply