ବାଣିଜ୍ୟ ଅନୁଗୁଳ ବଜାରରେ ଓକାୟା ଇ-ଭେଇକିଲ୍ Angul OnlineMay 27, 2022May 27, 2022 ଅନୁଗୁଳ – ଅନୁଗୁଳ ସହରର ଅମଳାପଡାର ଗାନ୍ଧୀମାର୍ଗରେ ଓକାୟା ଇ-ଭେଇକିଲ୍ ସୋ ରୁମ୍ ଉଦ୍ଘାଟନ – ହୋଇ ଯାଇଛି । ବଜାରକୁ ଏହି ଓକାୟା ଇ-ଭେଇକିଲର ୩ଟି ମଡ଼େଲ ପ୍ରବେଶ କରିଛି । ଦୁଇଟି ମଡ଼େଲ କ୍ଲାସିକ୍ ଓ ଫ୍ରିଡ଼ମ୍ ରହିଥିବା ବେଳେ ଏହାକୁ ଥରେ ଚାର୍ଜ କରିଲେ ୭୨ କିଲୋମିଟର ପର୍ଯ୍ୟନ୍ତ ଗଡ଼ିପାରିବ । ଏହାର ବେଗ ସର୍ବାଧିକ ୨୫ କିଲୋମିଟର ପ୍ରତି ଘଣ୍ଟା ରହିବ । ଯେଉଁଥରେ ପରିବହନ ବିଭାଗର କୌଣସି କାଗଜପତ୍ର କିମ୍ବା ରୋଡ୍ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । ଏହାର ମୂଲ୍ୟ ୭୨ରୁ ୭୩ ହଜାର ମଧ୍ୟରେ ରହିବ ବୋଲି ସଂସ୍ଥାର ରିଜୋନାଲ ମ୍ୟାନେଜର ଆବଜର କହିଛନ୍ତି । ସେହିଭଳି ଫାଷ୍ଟା ମଡ଼େଲରେ ଘଣ୍ଟାକୁ ୬୦ କିଲୋମିଟର ଗତିରେ ୧୨୦ କିଲୋମିଟର ପର୍ଯ୍ୟନ୍ତ ଗଡ଼ିବ । ଏହାର ମୂଲ୍ୟ ୧ ଲକ୍ଷ ୧୧ ହଜାର ରହୁଥିବା କୁହାଯାଇଛି । ଏହି ଫାଷ୍ଟ ମଡ଼େଲ ଗାଡ଼ିରେ ସବ୍ସିଡ଼ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାହକଙ୍କ ଆକାଉଣ୍ଟ ୫ ହଜାର ଟଙ୍କା ସବ୍ସିଡ଼ ବାବଦକୁ ଯିବାର ବ୍ୟବସ୍ଥା ରହିଥିବା ଆବଜର କହିଛନ୍ତି । ଏହି ସୋ ରୁମ୍ ଉଦ୍ଘାଟନ ଅବସରରେ ସୋ ରୁମ୍ ମାଳିକ ଗିରଜା ଶଙ୍କର ଅଗ୍ରୱାଲ, ଓକାୟାର ରିଜୋନାଲ ମ୍ୟାନେଜର ଆବଜର, ଜୋନାଲ ସର୍ଭିସ ହେଡ଼ ଅଞ୍ଜନ, ରାଜ୍ୟ ମୁଖ୍ୟ ଜ୍ଞାନ ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ । Advertisement
୨୦ ତାରିଖରୁ ସ୍ୱଦେଶୀ ମେଳା ଅନୁଗୋଳ – ଅନୁଗୋଳ ଜିଲ୍ଲା ହାଇସ୍କୁଲ ପଡ଼ିଆ ଠାରେ ଆସନ୍ତା ୨୦ ତାରିଖରୁ ଆୟୋଜିତ ହେବ ସ୍ବଦେଶୀ ମେଳା । ଏ ନେଇ ଆଜି ଅନୁଗୋଳ ଷ୍ଟାଡିୟମରେ…
ଅନୁଗୁଳ ବଜାରରେ ହୋଣ୍ଡା ସିବି-୨୦୦ଏକ୍ସର ବାଇକ ଅନୁଗୁଳ – ଅନୁଗୁଳ ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀହୋଣ୍ଡା ପକ୍ଷରୁ ବହୁ ପ୍ରତୀକ୍ଷିତ ମୋଟରସାଇକେଲ ହୋଣ୍ଡା ସିବି ୨୦୦ ଏକ୍ସର ବଜାର…
ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ୍ ସ୍କୁଟର ପ୍ରଥମ ଟିଜର ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ଏହାର ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରିକ୍ ସ୍କୁଟର ପାଇଁ ଏକ ରୋମାଞ୍ଚକର ନୂଆ ଟିଜର ଉନ୍ମୋଚନ କରିଛି ।…