ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଭୀମକାଣ୍ଡ ଗାଁରେ ଜଣେ ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକ ହେଲେ ସେହି ଗ୍ରାମର ନକୁଳ ପ୍ରଧାନ ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ନକୁଳ ଗାଁ ର କିଛି ଲୋକ ଙ୍କ ସହିତ କାଠ ପାଇଁ ଜଙ୍ଗଲକୁ ଯାଇଥିଲେ ।କାଠ ଆଣି ଫେରିବା ପରେ କୌଣସି କଥାକୁ ନେଇ ଗାଁର ଦୁଇ ଭାଇ ଜିତୁ ପ୍ରଧାନ ଏବଂ କାହ୍ନା ପ୍ରଧାନ ଙ୍କ ସହିତ ନକୁଳଙ୍କର ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ଭାଇ ନକୁଳକୁ ଠେଙ୍ଗା ରେ ପିଟିପିଟି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ହତ୍ୟାକାଣ୍ଡ ଭିଆଇବା ପରେ ଦୁଇ ଭାଇ ଫେରାର ହୋଇଯାଇଥିବା ଜଣାପଡିଛି । ପାଲଲହଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।