ସମସ୍ୟା ବସଷ୍ଟାଣ୍ଡରେ ଟଳି ପଡିଲା ପୁରୁଣା ଗଛ – ଅଳ୍ପକେ ବର୍ତ୍ତିଲେ ଅନେକ ଲୋକ Angul OnlineOctober 13, 2021October 13, 2021 ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡଠାରେ ଆଜି (ମଙ୍ଗଳବାର) ସନ୍ଧ୍ୟା ପ୍ରାୟ ୯ ଟା ସମୟରେ ଥିବା ଏକ ପ୍ରାୟ ଏକ ଶହ ବର୍ଷ ବିରାଟ ଅଶ୍ୱସ୍ଥ ଗଛ ଉପୁଡ଼ି ପଡିବା ଫଳରେ ସେଠାରେ ଥିବା ଉଠା ଦୋକାନୀ ଓ ପଥଚାରୀ ଅଳ୍ପକେ ବର୍ତିଯାଇଛନ୍ତି । ତେବେ ଆଠ ମୋଟରସାଇକେଲ ଓ କିଛି ଉଠା ଦୋକାନୀଙ୍କ ଦୋକାନ ସାମଗ୍ରୀ ଚାପି ହୋଇ ନଷ୍ଟ ହୋଇ ଯାଇଛି । ଗଛ ଉପୁଡିବା ଖବର ପାଇ ଅଗ୍ନିଶମ ବିଭାଗ ଓ ପୁଲିସ ପହଞ୍ଚି ଗଛକୁ କାଟି ହଟାଇବାକୁ ଚେଷ୍ଟା କରିଥିଲେ । ତେବେ ପବନ ବହୁ ନଥିବା ବେଳେ ଏତେ ବଡ଼ କିଭଳି ହଠାତ ଭାଙ୍ଗି ଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗଛଟି ବହୁ ପୁରୁଣା ହୋଇଥିବା ବେଳେ ମୂଳ ନଷ୍ଟ ହୋଇ ଯାଇଥିବା ଯୋଗୁଁ ଭାଙ୍ଗି ଯାଇଥିବା ସନ୍ଦେହ କରା ଯାଉଛି । ତେବେ ସେ ଯାହା ହେଉ ନା କାହିଁକି ସେହି ସମୟରେ ସେଠାରେ ଅନେକ ଲୋକଙ୍କ ଯିବାଆସିବା ଥିବା ବେଳେ କୌଣସି ଜୀବନହାନୀ ହୋଇ ନଥିବା ଯୋଗୁଁ ଏକ ବଡ଼ ଅଘଟଣରୁ ରକ୍ଷା ମିଳି ଯାଇଛି । Advertisement
ପାଣି ଯୋଗାଣ ଦାବିରେ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତବାସୀ ୫ ଦିନ ହେଲା ପାଣି ପାଇଁ ଦହଗଞ୍ଜ ହେଉଛନ୍ତି । ପାଇପ୍ ଲାଇନରେ…
ନ୍ୟାର୍ଯ୍ୟ ଦାବି ନେଇ କମ୍ପାନୀ ବିରୁଦ୍ଧରେ ବଜ୍ର ଶପଥ ନେଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ରାଇଝରଣ ଗ୍ରାମର ଚତୁଃପାର୍ଶ୍ଵରେ ଥିବା କୋଲ ବ୍ଲକର କରାଯାଉଥିବା ଜମି ଅଧିଗ୍ରହଣକୁ ବିରୋଧ କରି ଗ୍ରାମବାସୀଙ୍କ ପକ୍ଷରୁ…
ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଡକେରଜାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓଲ୍ହାଇଥିଲେ ଛାତ୍ରଛାତ୍ରୀ । ସ୍କୁଲ ଫାଟକରେ ତାଲା ପକାଇବା ସହ…