ଅପରାଧ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ୬୫ ବର୍ଷର ବୃଦ୍ଧ ଗିରଫ Angul OnlineJune 28, 2022June 28, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅଞ୍ଚଳରେ ଜୈନେକ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ୬୫ ବର୍ଷର ବୃଦ୍ଧଙ୍କୁ ଛେଣ୍ଡିପଦା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ସୂଚନା ଅନୁସାରେ ଛେଣ୍ତିପଦା ଥାନା ଅଞ୍ଚଳର ଜଣେ ଜୈନେକା ଷଷ୍ଠ ଶ୍ରେଣୀରେ ପଢୁଥିବା ନାବାଳିକା ସୋମବାର ସକାଳ ୯ ଟା ବେଳେ ବିଦ୍ୟାଳୟକୁ ଯାଉଥିବା ବେଳେ ସେହି ଗ୍ରାମର ସମ୍ପର୍କିୟ ଅଜା ଋଷଭ ନାଏକ ନିଶାଶକ୍ତ ଅବସ୍ଥାରେ ନାବାଳିକାଙ୍କୁ ତୋ ମା ଡାକୁଛି କହି ତାର ନିଜ ଘରକୁ ନେଇ ଯାଇଥିଲା । ଘରେ କବାଟ ବନ୍ଦକରି ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା l ତେବେ ନାବାଳିକା ଜଣଙ୍କ ଚିତ୍କାର କରୁଥିବା ବେଳେ ପାଖରେ ଥିବା ନାବାଳିକାଙ୍କ ଦାଦା ଝିଅ ଉକ୍ତ ଘରଭିତରୁ ଚିତ୍କାର ଶୁଣି ଘଟଣା ସମ୍ପର୍କରେ ନାବାଳିକାଙ୍କ ପାରିବାର ଲୋକଙ୍କୁ କହିଥିଲା । ପରିବାର ଲୋକେ ଏହା ଜାଣିବା ପରେ ନାବାଳିକାଙ୍କୁ ଘରୁ ଉଦ୍ଧାର କରିବା ସହିତ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନାବାଳିକା ପରିବାରଙ୍କ ଅଭିଯୋଗକୁ ଭିତି କରି ପୁଲିସ ଘଟଣାର ତଦନ୍ତ କରିବା ସହିତ ଋଷଭକୁ ପୁଲିସ ଗିରଫ କରିଥି୍ଲା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । Advertisement
ଆଜାଦ ହତ୍ୟାକାରୀ ସୁଦୀପ ଗିରଫ ଅନୁଗୁଳ – ଅନୁଗୁଳ ସହର ନାଖରାସାହିରେ ହୋଲି ଦିନ ହୋଇଥିବା ହତ୍ୟାକାଣ୍ଡର ଅଭିଯୁକ୍ତ ସୁଦୀପ ସାମନ୍ତରାୟ ଓରଫ ମଣ୍ଟୁକୁ ପୁଲିସ ଗିରଫ କରିଛି । ତେବେ ରଙ୍ଗ…
ବିଧବା ମହିଳା ସହ ପ୍ରେମିକ ହଟହଟା ଅନୁଗୋଳ – ପରକୀୟା ପ୍ରୀତିରୁ ହଟହଟା ହେଲେ ବିଧବା ମହିଳା । କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ବିଧବା ମହିଳା ଓ ପ୍ରେମିକ । ବିଧବା ମହିଳା…
ବ୍ରାଉନସୁଗାର ବେପାର ମାମଲାରେ ନବବିବାହିତା ଯୁବତୀ ଗିରଫ ଅନୁଗୁଳ – ବାହାଘରର ଅଲ୍ପ କେତେଦିନ ହୋଇଛି , ପୁଲିସ ହାତରେ ବନ୍ଧା ହୋଇ ଜେଲ ଗଲା ସ୍ତ୍ରୀ । ବାହାଘର ପୁର୍ବରୁ ସ୍ଵାମୀ ଜାଣି ନଥିଲା…