ମୁଖ୍ୟ ଖବର ୧୮ ତାରିଖ ସ୍ୱାଧୀନତା ଦିବସ – ଚିଠି ଲେଖି ନିମନ୍ତ୍ରଣ କଲେ ପ୍ରଧାନ ଶିକ୍ଷୟତ୍ରୀ Angul OnlineAugust 15, 2023August 15, 2023 ଅନୁଗୁଳ – ୧୮ ତାରିଖ ସ୍ୱାଧୀନତା ଦିବସ । ଏଭଳି ଲେଖି ନିମନ୍ତ୍ରଣ କଲେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ । ଯାହାକୁ ନେଇ ଏବେ ଚର୍ଚ୍ଚା ଧରିଛି । ସୁଚନା ଅନୁସାରେ ଚଳିତ ବର୍ଷ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଏଥିପାଇଁ ଚାରିଆଡେ ଖୁସିର ମାହୋଲ । ଏହି ଅବସରରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କୁମୁରିସିଂହ ସ୍କୁଲରେ ମଧ୍ଯ ସବୁ ବର୍ଷ ଭଳି ସ୍ୱାଧୀନତା ଦିବସ ପାଳନ ହୋଇଥିଲା । ତେବେ ଏହି ସ୍ୱାଧିନତା ଦିବସରେ ଯୋଗ ଦେବା ପାଇଁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜ୍ଯୋତ୍ସ୍ନାରାଣୀ ସାହୁ ଅତିଥି ମାନଙ୍କୁ ଚିଠି ଲେଖି ନିମନ୍ତ୍ରଣ କରିଥିଲେ । ଯେଉଁ ଚିଠି ଏବେ ଭାଇରାଲ ହେଉଛି ଆଉ ଏଥିରେ ପ୍ରଧାନ ଶିକ୍ଷୟତ୍ରୀ ମହୋଦୟା ଅଗଷ୍ଟ ମାସ ୧୮ ତାରିଖରେ ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି ଉଲ୍ଲେଖ କରି ଉତ୍ସବରେ ଯୋଗଦାନ କରିବାକୁ ଲେଖିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଏଭଳି ଅବହେଳା ପୁର୍ଣ୍ଣ ଚିଠିକୁ ନେଇ ତୀବ୍ର ପ୍ରତିକ୍ରିୟା ମଧ୍ଯ ପ୍ରକାଶ ପାଇଛି । Advertisement
ଔଷଧ ଦୋକାନରୁ ଚୋରି ଅନୁଗୋଳ – ଅନୁଗୋଳ ସହରର ଅମଲାପଡ଼ାରେ ଥିବା ଏକ ଔଷଧ ଦେକାନରୁ ଗୁରୁବାର ବିଳମ୍ବିତ ରାତିରେ ତାଲାଭାଙ୍ଗି ଚୋରି ହୋଇଛି । ସୂଚନା ଯେ, ରାତିରେ…
ଅନୁଗୁଳରୁ ଅକ୍ସିଜେନ ଗଲା ବିଶାଖାପାଟଣା ଅନୁଗୁଳ – ଆଜି ଅନୁଗୁଳରୁ ମେଡିକାଲ୍ ଅକ୍ସିଜେନର ଅଭାବୀ ରାଜ୍ୟକୁ ଅକ୍ସିଜେନ ପଠା ଯାଇଛି । ଅନୁଗୁଳ ଜିନ୍ଦାଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡରୁ ଏକ ସ୍ଵତନ୍ତ୍ର…
ବନ୍ଧୁକ ଓ ଭୁଜାଲି ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ପୁଲିସକୁ ଚାଲେଞ୍ଜ କରି ପୁଣି ଥରେ ଲୁଟେରା ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ଦିନ ୩ ଟା ବେଳେ ବନ୍ଧୁକ…