ଅପରାଧ ୧୦ ଗ୍ରାମ ବ୍ରାଉନସୁଗାର ଜବତ ଜଣେ ଗିରଫ Angul OnlineFebruary 8, 2023February 8, 2023 ଅନୁଗୋଳ – ଅନୁଗୋଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ଅନେକଦିନ ହେଲା ଅବକାରୀ ବିଭାଗ ନଜରରେ ଥିବା ଜଣେ ବ୍ରାଉନସୁଗାର ବେପାରିକୁ ଶେଷରେ ଧରିବାକୁ ସକ୍ଷମ ହୋଇଛି । ଅଭିଯୁକ୍ତ ନିକଟରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କାଣ୍ଡସର ଗାଁର ସନ୍ତୋଷ ସାହୁ । ସୂଚନା ଅନୁସାରେ ସନ୍ତୋଷ ଗାଁ ମନ୍ଦିର ନିକଟରେ ବ୍ରାଉନସୁଗାର ବିକ୍ରି ଉଦ୍ୟେଶରେ ଛିଡା ହୋଇଥିବା ବେଳେ ଖବର ପାଇ ଅବକାରୀ ବିଭାଗ କାବୁ କରି ନେଇଥିଲା । ତା ନିକଟରୁ ଗୋଟିଏ ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ । Advertisement
ଦୁଷ୍କର୍ମ ଉଦ୍ୟମକାରୀକୁ ୧୦ ବର୍ଷ ଓ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଅନୁଗୁଳ – ଜଣେ ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ ଦେଇଥିବା ବେଳେ ଆଉ ଜଣେ ଦୁଷ୍କର୍ମ ଉଦ୍ୟମକାରୀକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଅଦାଲତ…
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଅଭିଯୋଗ – ଯୁବକ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଏକ ଲଜ୍ୟାଜନକ ଘଟଣା ଘଟି ଯାଇଛି । ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କୁ ଜଣେ ଯୁବକ ଦୁଷ୍କର୍ମ…
ବିପୁଳ ପରିମାଣର ନକଲି ମଦ , ଠିପି ଓ ମେସିନ ଜବତ – ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଆଜି ଛେଣ୍ଡିପଦା ଥାନା ମାଛକୁଟା ଗାଁରେ ଚଢ଼ାଉ କରି ଏକ ନକଲି ମଦ କାରଖାନା ଠାବ କରିଛି ।…