ଅପରାଧ ସ୍ମାର୍ଟ ୱାଚ ଏବଂ ମୋବାଇଲ ଚୋରୀ ଅଭିଯୋଗରେ ଜଣେ ଗିରଫ Angul OnlineMarch 24, 2022March 24, 2022 adv ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ପୁଲିସ ବୁଧବାର ଚୋରି ଅଭିଯୋଗରେ ଜଣେ ଡେଲିଭରି ବୟଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ଅନୁଗୁଳ ଡେଲିଭରି ଡଟ୍ କମ୍ ନାମକ ଏକ ସଂସ୍ଥାର ସହକାରୀ ସିକ୍ୟୁରିଟି ଅଧିକାରୀ ବିଭୁତି ଭୂଷଣ ମହାକୁଡ଼ ମଙ୍ଗଳବାର ଅମିତ ବାଦି ନାମକ ତାଙ୍କର ଜଣେ ଡେଲିଭରି ବୟ ଗୋଟିଏ ମୋବାଇଲ ଫୋନ୍ ଓ ଏକ ସ୍ମାର୍ଟ ୱାଚ୍ ନେଇ ଫେରାର ହୋଇଯାଇଥିବା ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରିବା ସହ ଅଭିଯୁକ୍ତ ଡେଲିଭରି ବୟ ଅମିତଙ୍କୁ ତାଙ୍କ ଗାଁ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତିଲେଇମୁଣ୍ଡା ଗାଁରୁ ଗିରଫ କରିଥିଲା । ତା ନିକଟରୁ ଚୋରୀ ମୋବାଇଲ ଫୋନ ଓ ସ୍ମାର୍ଟ ୱାଚକୁ ଜବତ କରା ଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । Advertisement
ଘର ଭିତରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର – ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ ଅନୁଗୁଳ – ଅନୁଗୁଳ କୁମଣ୍ଡ ଗାଁର ଗାଣ୍ଡୁ ପଡ଼ିଆର ଏକ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ହେଲେ ମାମି…
ଜୁଆଆଡା ଉପରେ ପୁଲିସର ଚଢ଼ାଉ, ୩ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିପଟା ମେଡିକାଲ ପଛପଟେ ଚଢ଼ାଉ କରି ଟଙ୍କା ସହିତ ୩ ଜଣ…
ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର – ହତ୍ୟା ଅଭିଯୋଗ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଶିବରାମପୁର ଗ୍ରାମ ନିକଟସ୍ଥ ରାସ୍ତା ପାଖ ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ନଅ ଦିନ…