ରେଳ ଯୋଗେ ଗଞ୍ଜେଇ ଚାଲାଣ ପାଇଁ ଜଗିଥିବା ବେଳେ କାବୁ କରିନେଲା ପୁଲିସ – ଦାମିକା ଗାଡି ଜବତ , ଜଣେ ଗିରଫ

ଅନୁଗୁଳ – ଦାମୀ ଗାଡ଼ିରେ ଗଞ୍ଜେଇ ରଖି ଟ୍ରେନ୍ ଯୋଗେ ବାହାରକୁ ଚାଲାଣ କରିବାକୁ ଚାହିଁ ରହି ଥିବା ବେଳେ କାବୁ କରିନେଲା ପୁଲିସ । ଆଉ ସେହି ଦାମୀ ଗାଡିରୁ ୧୨ କିଲୋ ଓଜନର ଗଞ୍ଜଇ ଜବତ କରିବା ସହ ଚୋରା କାରବାରରେ ସମ୍ପୃକ୍ତ ଜଣେ ବେପାରୀକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅନୁଗୁଳ ଥାନା ଗୋପୀନାଥପୁର ଗ୍ରାମର ମୁନା ଖିଲାର ବୋଲି ଜଣା ପଡିଛି । ସୂଚନା ଅନୁସାରେ , ରବିବାର ଭୋରରୁ ରାଣୀଗୋଡ଼ା ରେଲୱେ ଷ୍ଟେସନ୍ ନିକଟ ପମ୍ପ ହାଉସ୍ ପଡ଼ିଆରେ ଏକ ଦାମୀ ଗାଡ଼ି ( ଡିଏନ୍୦୯ଡି ୧୬୧୫ ) ଛିଡ଼ା ହୋଇଥିଲା । ଏଥିରେ ଗଞ୍ଜେଇ ଥିବା ପୁଲିସକୁ ସୂଚନା ମିଳିଥିଲା । ଖବର ପାଇ ଅନୁଗୁଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀଙ୍କ ନିର୍ଦ୍ଦେଶରେ ଏସ୍‌ଆଇ ପ୍ରଶାନ୍ତ ପ୍ରଧାନ , ଏଏସ୍‌ଆଇ ପ୍ରଶାନ୍ତ ସାହୁ , ଏଏସ୍‌ଆଇ ଜୟଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଚଢ଼ାଉ କରାଯାଇ ଦାମୀ ଗାଡ଼ିକୁ ଘେରି ଯିବା ସହ ଯାଞ୍ଚ କରିଥିଲେ । ଚଢାଉ ବେଳେ ପଛ ସିଟ୍‌ରୁ ୧୨ କିଲୋ ୨୦୦ ଗ୍ରାମର ଗଞ୍ଜଇ ଜବତ କରା ଯାଇଥିଲା । ତେବେ ଯାଞ୍ଚ ବେଳେ ଘଟଣା ସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରିବା ବେଳେ ପୁଲିସ ମୁନାକୁ କାବୁ କରି ନେଇଥିଲା ରବିବାର ସନ୍ଧ୍ୟାରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଥିବା ବେଳେ ତା ନିକଟରୁ ପୁଲିସ୍ ନଗଦ ୧୦ ହଜାର ଟଙ୍କା ମଧ୍ୟ ଜବତ କରିଥିବା ଜଣାପଡ଼ିଛି ।

Advertisement

Leave a Reply

Your email address will not be published. Required fields are marked *