ହାତୀ ଆକ୍ରମଣରେ ମୃତ୍ୟୁକୁ ନେଇ ଉତ୍ତେଜନା

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ହାତୀ ନେଲା ଜୀବନ । ବନ୍ତଳା ବନଖଣ୍ଡ ଶଙ୍ଖପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ଶଙ୍ଖପୁର ଗାଁର ବଂଶୀଧର ଦାସ । ସୂଚନା ଅନୁସାରେ ଆଜି ଭୋରରୁ ଗାଁ ମୁଣ୍ଡରେ ହାତୀ ଥିବା ବେଳେ ହାତୀ ଦେଖିବାକୁ ଭିଡ ଜମିଥିଳା । ସନ୍ଧ୍ୟାରେ ବଂଶୀଧର ମଧ୍ୟ ହାତୀ ଦେଖିବାକୁ ଯାଇଥିଲେ । ତେବେ ହଠାତ ହାତୀ ଭିଡ ଆଡକୁ ମାରି ଗୋଡାଇ ଥିଲା । ଅନେକ ଲୋକ ଖସି ପଳାଇଥିବା ବେଳେ ବଂଶୀଧର ହାତୀ ହାବୁଡରେ ପଡି ଯାଇଥିଲେ । ଫଳରେ ହାତୀ ଆକ୍ରମଣରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବ ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଆ । ସ୍ଥାନୀୟ ଲୋକ ବନ୍ତଳା ଛକରେ ଋତଦେହ ରଖି ରାସ୍ତା ଅବରୋଧ କରିଥିଲେ । କ୍ଷତିପୂରଣ ଦାବି କରିବା ସହ ଅଞ୍ଚଳରୁ ହାତୀ ଉପଦ୍ରବ ବନ୍ଦ ପାଇଁ ବନ୍ଦୋବସ୍ତ କରିବାକୁ ଦାବି କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *