ପୋଲ ସୁରକ୍ଷାବାଡ଼ରେ ପିଟିହେଲା କାର – ଜଣେ ମୃତ,୨ଗୁରୁତର

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସିଆରିମାଳିଆ ପୋଲର ସୁରକ୍ଷା ବାଡ଼ରେ ଏକ କାର ଭାରସାମ୍ୟ ହରାଇ ଧକ୍କା ଦେଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ମହିଳା ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ହେଲେ କଣିହାଁ ଥାନା ବଇଣ୍ଡା ଗାଁର ଦୁଲଣା ପ୍ରଧାନ ଓ ଗୁରୁତର ମାନେ ହେଲେ ନମିତା ପ୍ରଧାନ, ମଞ୍ଜୁଲତା ପ୍ରଧାନ ବୋଲି ଜଣାପଡିଛି ।

ସୂଚନା ଅନୁସାରେ , କଣିହାଁ ଥାନା ବଇଣ୍ଡା ଗ୍ରାମର ମୃତକ ଦୁଲଣା ପ୍ରଧାନ, ନମିତା ପ୍ରଧାନ,ମଞ୍ଜୁଲତା ପ୍ରଧାନ ଓ ଉଜ୍ୱଳା ସାହୁ ଏକ କାରରେ ବାଗଡ଼ିଆ ସମର୍କୀୟଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ଆସିଥିଲେ । ସେଠାଡୁ ନିଜ ଘରକୁ ଫେରୁଥିବା ବେଳେ କାରଟି ଭରସାମ୍ୟ ହରାଇ ଛେଣ୍ଡିପଦା-ଅନୁଗୁଳ ଯାଇଥିବା ୬୩ନଂ ରାଜ୍ୟ ରାଜପଥର ସିଆରିମାଳିଆ ପୋଲର ସୁରକ୍ଷା ବାଡ଼ରେ ପିଟି ହୋଇଥିଲା । ଫଳରେ କାରର ଚାଳକ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ କାରରେ ଥିବା ୩ ଜଣ ମହିଳା ଗୁରୁତର ଆହତ ହୋଇଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଛେଣ୍ଡିପଦା ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଦୁଲଣା ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା । ଏନେଇ ପୁଲିସ ଘଟଣାର ଛାନଭିନ ଚଳାଇଛି ।

Advertisement

Leave a Reply

Your email address will not be published. Required fields are marked *