ନାନୀ-ଭଉଣୀ ଉପରେ ଚଢିଗଲା ହାଇୱା – ଜଣେ ମୃତ

ନାନୀ-ଭଉଣୀ ଉପରେ ଚଢିଗଲା ହାଇୱା – ଜଣେ ମୃତ

ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ନଗଦିପୁର ଗ୍ରାମ ନିକଟରେ ସ୍କୁଟିରେ ଯାଉଥିବା ନାନୀ-ଭଉଣୀଙ୍କୁ ଏକ ହାଇୱା ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ସଞ୍ଜାମୁରା ପଞ୍ଚୟତର ପ୍ରୀତିସୁମନ ଓ ଅମ୍ରିତା ନାୟକ ଦୁଇ ନାନୀ-ଭଉଣୀ ଅନୁଗୁଳରୁ ନିଜ ଗାଁ ବାଟିମୁଣ୍ଡାକୁ ସ୍କୁଟିରେ ଫେରୁଥିଲେ । ନଗଦିପୁର ଗ୍ରାମ ନିକଟ ହେବା ସମୟରେ ଏକ ବାଲି ବୋଝେଇ ହାଇୱା ଗାଡି ଦୁଇ ଭଉଣୀଙ୍କର ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସାନ ଭଉଣୀ ପ୍ରୀତିସୁମନ ନାୟକଙ୍କର ମୃତ୍ୟୁ ହୋଇଥିଲା । ବଡ଼ ଭଉଣୀ ଅମିତା ନାୟକକୁ ଗୁରୁତର ଅବସ୍ଥାରେ ଆଠମଲ୍ଲିକ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ତଦନ୍ତ କରୁଛି ।

What’s your Reaction?
+1
2
+1
1
+1
8
+1
3
+1
13
+1
2
+1
34

Leave a Reply