ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼ହିଂସ ଗାଁରେ ଆଜି ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ ହେଲେ ବଡ଼ହିଂସ ଗାଁର ଅଭୟ ବେହେରା (୪୦) ଓ ଆହତ ହେଲେ ଚିଣ୍ଟୁ ବେହେରା (୨୨) ।ଆଜି ଅପରାହ୍ନରେ ବିଲରୁ କାମ ସାରି ଘରକୁ ଫେରୁଥିବା ସମୟରେ ବଜ୍ରପାତ ଘଟିଥିଲା , ଫଳରେ ଘଟଣାସ୍ଥଳରେ ଅଭୟ ଓ ଚିଣ୍ଟୁ ଅଚେତ ହୋଇପଡିଥିଲେ । ପରେ ଅଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
What’s your Reaction?
+1
+1
+1
+1
+1
1
+1
+1