ଆଞ୍ଚଳିକ ଜାତୀୟ ରାଜପଥରେ ପୁଣି ଏକ ମୁଣ୍ଡ ଗଡିଲା Angul OnlineDecember 17, 2021December 17, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୈନ୍ୟଦିନ ଦୁର୍ଘଟଣା ବୃଦ୍ଧି ପାଉଛି । ଆଉ ଅନେକ ଦିନ ପଥଚାରୀଙ୍କ ମୃତ୍ୟୁ ହେଉଛି । ଆଜି ପୁଣି ସହର ଭିତର ଦେଇ ଯାଇଥିବା ରାଜପଥରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ତୁମୁଣି ଗାଁର ଅକ୍ଷୟ ଗୋଛାୟତ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅକ୍ଷୟ ସବୁଦିନ ଭଳି ଆଜି ଟାଟା ଭୂଷଣରୁ କାମ ସାରି ଘରକୁ ଫେରୁଥିଲେ । ସନ୍ଧ୍ୟା ପ୍ରାୟ ୬ ଟା ବେଳେ ଅନୁଗୁଳ ଜିଲ୍ଲା ଟ୍ରକ ଆସୋସିଏସନ ଆଗରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଟ୍ରକ ଧକ୍କାରେ ଅକ୍ଷୟ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭାରର୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମରୁତ ଘୋଷଣା କରିଥିଲେ । ତେବେ ପ୍ରତ୍ୟେକ ଦିନ ଏହି ରାଜପଥରେ ନିରୀହ ଲୋକଙ୍କ ଜୀବନ ଯାଉଥିବା ବେଳେ ରାସ୍ତା ମରାମତି ନ କରିବା ଆଉ ସଂପ୍ରସାରଣ ନକରିବା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନ ଘଟଣାର ଗୁରୁତ୍ଵକୁ ଉପଲବ୍ଧି କରି ତୁରନ୍ତ ରାଜପଥ ମରାମତି ଓ ସଂପ୍ରସାରଣ କରିବାକୁ ଦାବି ହୋଇଛି । Advertisement
୧୩ ଫୁଟର ଅଜଗର ଉଦ୍ଧାର ଅନୁଗୁଳ – ସ୍ନେକ ହେଲପ ଲାଇନ ଦ୍ୱାରା ୧୩ ଫୁଟର ଅଜଗର ଉଦ୍ଧାର । ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଶଙ୍ଖପୁର ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ…
ଖଣିରେ ଦୁର୍ଘଟଣା – ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରି କୋଇଲା ଖଣିରେ ଦୁର୍ଘଟଣା ଯୋଗୁଣ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା ହେବା…
କେଦାର ଗୌରୀ ଦୃଷ୍ଟି ହୀନ ଧନ୍ଦା ମୂଳକ ତାଲିମ କେନ୍ଦ୍ରକୁ ସହାୟତା ପ୍ରଦାନ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ଗୋପୀନାଥପୁର ଗ୍ରାମରେ ଅବସ୍ଥିତ ଥିବା କେଦାର ଗୌରୀ ଦୃଷ୍ଟି ହୀନ ଧନ୍ଦା ମୂଳକ ତାଲିମ କେନ୍ଦ୍ର ରେ ପ୍ରାୟ ୩୫ଜଣ…