ମୁଖ୍ୟ ଖବର ଟ୍ରେନରୁ ପଡି ଜଣେ ମୃତ Angul OnlineMarch 15, 2023March 15, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବେଣାଗାଡ଼ିଆ ନିକଟରେ ଚଳନ୍ତା ଟ୍ରେନରୁ ପଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କେନ୍ଦ୍ରାପଡା ଅଞ୍ଚଳର ଛବିନ୍ଦ୍ର କୁମାର ଗୋଛୟତ ବୋଲି ଜଣା ପଡ଼ିଛି । ସେ ବଡ଼ମାଳ ଅଞ୍ଚଳର ଏକ କମ୍ପାନୀରେ କାମ କରୁଥିଲେ । ଆଜି ସକାଳେ ବେଣାଗାଡ଼ିଆ ରେଳ ଧାରଣା କଡରୁ ତାଙ୍କ ମୃତଦେହ ଠାବ ହେବା ପରେ ରେଲୱେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ପ୍ରାଥମିକ ତଦନ୍ତ ପରେ ଅନୁଗୋଳ ସଦର ଥାନା ପୁଲିସକୁ ମାମଲା ହସ୍ତାନ୍ତର କରାଯାଇଛି । ତେବେ ସେ ପୁରୀ-ଦୁର୍ଗ ଟ୍ରେନରେ ଯାତ୍ରା କରୁଥିବା ବେଳେ କୌଣସି କାରଣ ବଶତଃ ଟ୍ରେନରୁ ପଡି ଯାଇଥିବା ସନ୍ଦେହ କରା ଯାଉଛି । Advertisement
ଚଣାଗଛ ପାଇଁ ଜଳିଗଲା ଚଳନ୍ତା କାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଜାମୁଣ୍ଡା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତାରେ ଶୁଖା ଯାଇଥିବା ଚଣା ଗଛ ଲାଗି ଏକ…
ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର ଅନୁଗୋଳ: – ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ହମାମିରା ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା…
ଭରତପୁର ରିଜିଓନାଲ ଷ୍ଟୋରରେ ଅଗ୍ନିକାଣ୍ଡ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଥିବା MCL ଭରତପୁର ଏରିଆର ରିଜିଓନାଲ ଷ୍ଟୋରରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଷ୍ଟୋରରେ ଥିବା ଲକ୍ଷାଧିକ…