ଦୁର୍ଘଟଣାରେ ଜଣେ ମୃତ – ଘଟଣା ସ୍ଥଳରେ ଉତ୍ତେଜନା

ଅନୁଗୁଳ – ଅନୁଗୁଳ ଛେଳିଆପଡା ଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ମୃତକା ଜଣଙ୍କ କାଙ୍ଗୁଲା ଗ୍ରାମର ରଞ୍ଜିତ ଘଡେଇ ବୋଲି ଜଣା ପଡିଛି । ସୂଚନା ଅନୁସାରେ ରଞ୍ଜିତ ରାତି ପ୍ରାୟ ୯ ଟା ବେଳେ ରାସ୍ତାରେ ଯାଉଥିବା ବେଳେ ଅନୁଗୁଳ ପଟରୁ ମହୀଧରପୁର ଆଡକୁ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରିପର ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା ଦୁର୍ଘଟଣାରେ ରଞ୍ଜିତଙ୍କ ମୁଣ୍ଡ ଉପରେ ଗାଡି ଚଢି ଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଛି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତା ପଡିଥିଲା ସେପଟେ ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ଗାଡିଟି ମହୀଧରପୁର ଠାରେ ଧରା ପଡିଥିବା ସୂଚନା ମିଳିଛି

Advertisement

Leave a Reply

Your email address will not be published. Required fields are marked *