ମୁଖ୍ୟ ଖବର ବିଦ୍ୟୁତ ଆଘାତରେ ଶ୍ରମିକ ମୃତ Angul OnlineAugust 18, 2021August 18, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ପଶ୍ଚିମବଙ୍ଗରୁ ଆସି କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗ ରାଜ୍ୟ ମୁର୍ସିଦାବାଦ ଜିଲ୍ଲା ଔରଙ୍ଗବାଦ ଥାନା କୁମରପରା ଗ୍ରାମର ମିରାଜ ଏସକେ ଗତ ୬ ମାସ ହେବ ଛେଣ୍ଡିପଦା କୁଲୁକୁଲି ବେହେରାଙ୍କ ଘରେ ଭଡାରେ ରହି ଅଞ୍ଚଳରେ ଘର ତିଆରି ଠିକାଦାର ଭାବେ କାର୍ଯ୍ୟ କରୁଥିଲେ । ମିରାଜଙ୍କ ଭାଇ ରନି ଏସକେ ତାଙ୍କ ସହିତ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ରନି ଗତକାଲି ସନ୍ଧ୍ୟା ୭ଟାରେ ରହୁଥିବା ଭଡା ଘରେ ଲାଇଟ ଲଗେଇବା ପାଇଁ ପ୍ଲଗରେ ତାର ଲଗାଉଥିଲେ । ଏହି ସମୟରେ ପ୍ଲଗ କରେଣ୍ଟରେ ଗୁରୁତର ଆହତ ହୋଇ ଛିଟିକି ପଡିଥିଲେ । ଗୁରୁତର ଅବସ୍ଥାରେ ତାକୁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରନିଙ୍କର ମୃତ୍ୟୁ ହୋଇଥିଲା । ରନିଙ୍କ ଭାଇ ମିରାଜ ଏସକେ ଥାନାରେ ଲିଖିତ ଅଭିଯୋଗରେ ପୁଲିସ ମୃତଦେହ ଜବତ ଓ ବ୍ୟବଛେଦ କରି ଏକ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
ଜାତୀୟ ରାଜପଥ ବିରୁଦ୍ଧରେ ୬ ଥାନାରେ ଅଭିଯୋଗ ଅନୁଗୁଳ -(ଅନୁଗୁଳ ଅନଲାଇନ୍) – ଜାତୀୟ ରାଜପଥ ବିଭାଗ ନାମରେ ଥାନାରେ ଅଭିଯୋଗ । ଏକାଥରକେ ୬ ଟି ଥାନାରେ ଅଭିଯୋଗ କଲା ଅନୁଗୁଳ ଓକିଲ ସଂଘ…
ଅତିରିକ୍ତ ଏସ୍.ପି.ଙ୍କ ଅକାଳ ବିୟୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଗୁରୁବାର ସକାଳେ ଅକାଳ ବିୟୋଗ ହୋଇଛି । ସ୍ବର୍ଗତ ପାଣିଗ୍ରାହୀ ସକାଳେ ବଜାରରୁ…
ବେଆଇନ କୋଇଲା ଖାତରେ ପଡ଼ି ଯୁବକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ଗ୍ରାମରେ ଏକ ବେଆଇନ କୋଇଲା ଖାତରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ…