ମୁଖ୍ୟ ଖବର ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଜଣେ ମୃତ Angul OnlineMay 9, 2023May 9, 2023 ଅନୁଗୋଳ – ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଯିବାରୁ ଟ୍ରେନ ଚକ ତଳେ ପଡି ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ଥର୍ମାଲ ଷ୍ଟେସନରେ ଘଟିଛି ଘଟଣା । ସୂଚନା ଅନୁସାରେ TTPS ର କର୍ମଚାରୀ ମହମ୍ମଦ ଅଲ୍ଲୀ କୌଣସି କାମରେ ପୁରୀ ଆଡକୁ ଯିବା ପାଇଁ ଥର୍ମାଲ ଷ୍ଟେସନ ଠାରେ ଦୁର୍ଗ-ପୁରୀ ଟ୍ରେନରେ ଚଢୁଥିଲେ । ତେବେ ସେତିକିବେଳେ ତାଙ୍କ ଗୋଡ ଖସି ଯାଇଥିଲା । ସେ ଚଳନ୍ତା ଟ୍ରେନ ଚକ ତଳେ ପଡି ଯାଇଥିଲେ । ଟ୍ରେନ ତାଙ୍କ ଉପରେ ଚଢ଼ି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ରେଲୱେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । Advertisement
ଲାଞ୍ଚ ନେଇ ଚାକିରୀରୁ ବିଦା ହେଲେ ବରିଷ୍ଠ କିରାଣୀ ଅନୁଗୁଳ – ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏବେ ଚାକିରୀରୁ ବିଦା ହେଲେ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲର ପୂର୍ବତନ ବରିଷ୍ଠ କିରାଣୀ…
ବିଧାୟକଙ୍କ ଉପରେ ପଞ୍ଚାୟତ ପ୍ରତିନିଧି ଖପା – ଦେଲେ ଇସ୍ତଫା ଚେତାବନୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପଞ୍ଚାୟତ ସମିତି ୭ ନମ୍ବର ଜୋନର ତ୍ରୀସ୍ତରୀୟ ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରୁ କିଛି ପ୍ରତିନିଧି ମାନେ ସ୍ଥାନୀୟ ବିଧାୟକଙ୍କ…
ଚାକିରୀରୁ ବେଆଇନ ବହିଷ୍କାର ବିରୁଦ୍ଧରେ ଆମରଣ ଅନଶନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଜଣ ଯୁବକ ଆମରଣ ଅନଶନରେ ବସିଛନ୍ତି । ସେମାନଙ୍କୁ ଚାକିରୀରୁ ବେଆଇନ ଭାବେ…