ମୁଖ୍ୟ ଖବର ରେଙ୍ଗାଳି ଜଳଭଣ୍ଡାରକୁ ଡେଇଁ ପଡିଲେ – ବହୁ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର Angul OnlineMarch 26, 2021March 26, 2021 କଣିହାଁ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଜଳ ଭଣ୍ଡାରକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣା ପଡିଛି । ନିଖୋଜ ବ୍ୟକ୍ତି ଜଣକ ହେଲେ କଣିହାଁ ଥାନା ସାନତ୍ରିବିଡା ଗ୍ରାମର ଅଖିଳ ସାହୁ । ସୂଚନା ଅନୁସାରେ ଅଖିଳ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଅଞ୍ଚଳର ହୋଇଥିବା ବେଳେ ସେ ପ୍ରଥମେ ସେହି ଅଞ୍ଚଳରେ ବିଭାଘର ହୋଇଥିଲେ । ପରେ କଣିହାଁ ଥାନା ସାନତ୍ରିବିଡା ଗ୍ରାମରେ ଦ୍ଵିତୀୟ ବିଭାଘର କରି ରହୁଥିଲେ । ସେ ଏନଟିପିସି ଅଞ୍ଚଳରେ ରଙ୍ଗ ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ଆଜି ପରିବାର ମଧ୍ୟରେ କୌଣସି କାରଣରୁ କଳହ ହୋଇ ସାଇକେଲରେ ଆସି ରେଙ୍ଗାଳି ଜଳଭଣ୍ଡାର ଉପରୁ ପାଣିକୁ ଡେଇଁ ଦେଇଥିବା ଜଣାପଡିଛି । ଘଟଣା ସ୍ଥଳରେ ତାଙ୍କ ସାଇକେଲ , ମୋବାଇଲ ଓ ଚପଲ ରହିଛି । ଘଟଣା ସ୍ଥଳରେ ରେଙ୍ଗାଳି ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି କରିଥିଲେ । ବହୁ ସମୟ ଧରି ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇ ଥିଲା । Advertisement
ବଜ୍ରପାତରେ ଚାଷୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ଗାଁରେ ବଜ୍ରପାତରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ଗାଁର ସୁଧାକର…
ପେଟ୍ରୋଲରେ ଅପମିଶ୍ରଣ ଅଭିଯୋଗ ଅନୁଗୁଳ -(AO)- ଅନୁଗୁଳ ଜିଲ୍ଲା ସଦରମହକୁମାର ଏକ ପେଟ୍ରୋଲ ପମ୍ପର ପେଟ୍ରୋଲରେ ଅପମିଶ୍ରଣ ହେଉଥିବା ଅଭିଯୋଗ ହେବା ସହ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ଦେଖା…
କୋଭିଡ କଟକଣା ଭିତରେ ମା ହିଙ୍ଗୁଳାଙ୍କ ଯାତ୍ରା ଅନୁଷ୍ଠିତ ତାଳଚେର – ତାଳଚେର ଗୋପାଳପ୍ରସାଦ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଆଜି ହେଉଛି ବାର୍ଷିକ ଯାତ୍ରା । ନଅ ଦିନ ବ୍ୟାପୀ ମା‘ଙ୍କ ଏହି ପୂଜା…