ଆଞ୍ଚଳିକ ହାତୀ ଆକ୍ରମଣରେ ଜଣେ ଗୁରୁତର – ଘଟଣାକୁ ନେଇ ଉତ୍ତେଜନା Angul OnlineJuly 13, 2023July 13, 2023 ଅନୁଗୋଳ – ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜରେ ହାତୀ ଆକ୍ରମଣରେ ଗୁରୁବାର ସକାଳେ ପୋକତୁଙ୍ଗା ଗାଁର ସୁରେଶ ପ୍ରଧାନ (୫୫ ବର୍ଷ) ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତାଙ୍କ ହାତ, ଗୋଡ଼ ଓ ଅଣ୍ଟାରେ ଆଘାତ ଲାଗିଛି। ସୂଚନାନୁଯାୟୀ, ଗୁରୁବାର ସକାଳେ ପୋକତୁଙ୍ଗା ଗାଁର ସୁରେଶ ପ୍ରଧାନ ଶିବ ମନ୍ଦିର ରାସ୍ତାରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା । ସୁରେଶ ଚିତ୍କାର କରିବା ପରେ ହାତୀଟି ସ୍ଥାନୀୟ ଜଙ୍ଗଲକୁ ଚାଲି ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ଲୋକ କ୍ଷତିପୂରଣ ଓ ହାତୀ ଦାଉରୁ ସ୍ଥାୟୀ ପ୍ରତିକାର କରିବା ପାଇଁ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପ୍ରଶାସନିକ ଅଧିକାରୀ ଓ ବନ ବିଭାଗ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । Advertisement
ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହେବ ଗୋପାଷ୍ଟମୀ ମହୋତ୍ସବ ଅନୁଗୁଳ – ଗୋ ସେବା ହିଁ ମାତୃ ସେବା, ଗୋ ସେବା ହିଁ -ରାଷ୍ଟ୍ର ସେବା ଏହି ମହାନ ଭାବନାରେ ଉଦ୍ବୁଦ୍ଧ ହୋଇ ସନ ୨୦୦୧ ମସିହାରୁ…
ଗୋଟିଏ ଦିନରେ ୪୫ ହଜାର ଜୋରିମନା – ମୋଦୀ କଲେକ୍ସନ ୫ ଦିନ ପାଇଁ ସିଲ ଅନୁଗୁଳ – କୋଭିଡ ନିୟମ ପାଳନ ନ କରିବା ଯୋଗୁଁ ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପ୍ରଶାସନ । ଜିଲ୍ଲାରେ କାରୋନା ସଂକ୍ରମଣ…
ବାର ଲକ୍ଷ ଲୋକ ଖାଇବେ ଏହି ବଟିକା ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ଫାଇଲେରିଆ ରୋଗର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଆସନ୍ତା ଫେବୃଆରୀ ୨୫ ତାରିଖରୁ ମାର୍ଚ୍ଚ ୬ ଯାଏ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ…