ମୁଖ୍ୟ ଖବର ବୁଢୀ ଠାକୁରାଣୀ ଛକରେ ଟ୍ରକ ଧକ୍କାରେ ଜଣେ ମୃତ – ଜାଳିଦେଲେ ଟ୍ରକ Angul OnlineMarch 12, 2024March 12, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା ଘଟି ପୁଣି ଜଣଙ୍କର ଜୀବନ ଯାଇଛି ।ଅନୁଗୁଳ ସହରର ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ଟ୍ରକ ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକ ଟ୍ରକରେ ନିଆଁ ଲଗାଇ ଦେଇଥିଲେ । ସୂଚନା ଅନୁସାରେ ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ରାତି ପ୍ରାୟ ୧୨ ଟା ବେଳେ ଏକ ଟ୍ରକ ଧକ୍କା ଦେବା ଫଳରେ ମୋଟରସାଇକେଲରେ ଯାଉଥିବା ହୁଲୁରିସିଂହା ଗ୍ରାମର ବିଶ୍ୱଜିତ୍ ନନ୍ଦଙ୍କର ମୃତ୍ୟୁ ହୋଇଥିଲା। ସେ ଗାନ୍ଧୀ ପାର୍କ ପଛ ପଟରେ ଏକ ପାନ ଦୋକାନ କରିଥିଲେ । ରାତିରେ ଦୋକାନ ବନ୍ଦ କରି ମୋଟରସାଇକେଲ ଯୋଗେ ଘରକୁ ଯାଉଥିବା ବେଳେ କଟକ ଅଞ୍ଚଳରୁ ସମ୍ବଲପୁର ଅଞ୍ଚଳକୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ହାଇସ୍କୁଲ ସମ୍ମୁଖରେ ବିଶ୍ୱଜିତ୍ ଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିଲା । ଯାହା ଫଳରେ ବିଶ୍ୱଜିତ୍ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଉତ୍ତେଜନା ଦେଖାଦେବା ସହ କିଛି ଲୋକ ଟ୍ରକରେ ନିଆଁ ଲଗାଇ ଦେଇଥିଲେ । ଖବର୍ ପାଇ ଅନୁଗୋଳ ଟାଉନ୍ ଥାନା ପହଁଚି ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ଅଗ୍ନିଶମ ବିଭାଗର ଦୁଇଟି ଗାଡି ପହଁଚି ନିଆଁକୁ ଆୟତ୍ତ କରିଥିଲେ । Advertisement
କଟକଣା ଭାଙ୍ଗି ବିବାହ – ୨୦ ହଜାର ଜୋରିମନା , ଗରିବଙ୍କୁ ବାଣ୍ଟି ଦିଆଗଲା ଖାଦ୍ୟ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ କୋଭିଡ କଟକଣା ଉଲ୍ଲଘଂନ କରି ଏକ ବିବାହ ଭୋଜିର ଆୟୋଜନ ଚାଲିଥିବା ବେଳେ ଖବର ପାଇ ପ୍ରଶାସନ…
ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଚାକିରିରୁ ହେଲେ ବିଦା ଅନୁଗୁଳ – ସରକାରଙ୍କ ବିଭିନ୍ନ ବିଭାଗରେ ଜାଲ ଜାତିଗତ ପ୍ରମାଣପତ୍ରରେ ସରକାରୀ ଚାକିରି କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯାଉଛି । ଏପରିସ୍ଥଳେ ଅନୁଗୁଳ ଜିଲ୍ଲା…
ଶଙ୍ଖ ଧରିବେ ବିପ୍ଲବ !! – କଂଗ୍ରେସରୁ ଦେଲେ ଇସ୍ତଫା ଅନୁଗୁଳ – ଆଗକୁ ନିର୍ବାଚନ । ଏବେଠାରୁ ସବୁ ରାଜନୈତିକ ଦଳ ଏବଂ ରାଜନେତା ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଦେଲେଣି । ସବୁ…