ଅନୁଗୁଳ – ଅନୁଗୁଳ ଜିଲା ଅନ୍ତର୍ଗତ ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା କତଡା ଠାରେ ଏକ ଟ୍ରଲର ପଛପଟରେ ଜଣେ ମୋଟରସାଇକେଲ ବାଡେଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣା ସ୍ଥଳରେ ମଟରସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଜରପଡା ଥାନା ଜେରେଙ୍ଗଦେହୁରୀ ସାହିର ଟୁନା ନାଏକ । ସୂଚନା ଅନୁସାରେ ଜେରେଙ୍ଗ ଦେହୁରୀସାହିର ଟୁନା ନାଏକ ଏକ ମୋଟରସାଇକେଲରେ କତଡାରୁ ବଇଣ୍ଡା ଆଡକୁ ଯାଉଥିବାବେଳେ ୫୫ନଂ ଜାତୀୟ ରାଜପଥର କତଡା ଗାଁ ନିକଟସ୍ଥ ଏକ ଢାବା ସମ୍ମୁଖରେ ଟ୍ରଲର ପଛପଟରେ ବାଡେଇ ହୋଇ ତଳେ ପଡିଯାଇଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଜରପଡା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଟ୍ରଲରଟି ପଳାଇ ଯାଇଥିବାବେଳେ ପୁଲିସ ମଟରସାଇକେଲକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।
What’s your Reaction?
+1
1
+1
1
+1
1
+1
1
+1
3
+1
+1
12