ଛିଡା ହୋଇଥିବା ଟ୍ରକକୁ ପିଟିଲା ଆମ୍ବୁଲାନ୍ସ – ଜଣେ ମୃତ

ଛିଡା ହୋଇଥିବା ଟ୍ରକକୁ ପିଟିଲା ଆମ୍ବୁଲାନ୍ସ – ଜଣେ ମୃତ

ପାଲଲହଡା – କୁହୁଡି ହେଲା କାଳ । ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ଛକ ନିକଟରେ ଛିଡା ହୋଇଥିବା ଏକ ଟ୍ରକ ପଛରେ  ଗୋଟିଏ ଆମ୍ବୁଲାନ୍ସ ଧକ୍କା ଦେବାରୁ ଆମ୍ବୁଲାନ୍ସରେ ବସି ଯାଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ମୃତକ ଜଣକ ମହାରାଷ୍ଟ୍ର ର ଵିଶାଲ ଅହିରେ ବୋଲି ପୁଲିସ ସୂଚନା ଦେଇଛି । ମହାରାଷ୍ଟ୍ରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ଏହି ଆମ୍ବୁଲାନ୍ସଟି କଲିକତା ଯାଇ ମହାରାଷ୍ଟ୍ର ଫେରୁଥିବା ବେଳେ ଗତ କାଲି ବିଳମ୍ବିତ ରାତିରେ ପାଲଲହଡା ମୁକ୍ତାପୁର ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କୌଣସି କାମରେ ମହାରାଷ୍ଟ୍ର ଅଞ୍ଚଳରୁ କଲିକତା  ଯାଇଥିବା ତିନି ଜଣ ସେହି ଆମ୍ବୁଲାନ୍ସରେ ଡ୍ରାଇଭର ସହ ବସି ଫେରୁଥିଲେ । ରାତିରେ କୁହୁଡି ଯୋଗୁଁ ମୁକ୍ତାପୁର ନିକଟରେ ଛିଡା ହୋଇଥିବା ଟ୍ରକକୁ ଆମ୍ବୁଲାନ୍ସ ଡ୍ରାଇଭର ସ୍ପଷ୍ଟ ଭାବରେ ଦେଖି ନ ପାରିବାରୁ ଏହି ଦୁର୍ଘଟଣା ଘଟିଥିବା କୁହା ଯାଉଛି । ଆହତଙ୍କୁ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପାଲଲହଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।କ ହୋଇଥିଲା

What’s your Reaction?
+1
0
+1
0
+1
0
+1
1
+1
1
+1
0
+1
2

Leave a Reply