ମୁଖ୍ୟ ଖବର ବସ ଧକ୍କାରେ ଜଣେ ମୃତ Angul OnlineAugust 3, 2021August 3, 2021 ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀ ଛକ ନିକଟରେ ଆଜି(ମଙ୍ଗଳବାର) ଏକ ବସ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଭାଗବତପୁର ଗାଁର ନରେନ୍ଦ୍ର ପରିଡା । ସୂଚନା ଅନୁସାରେ ନରେନ୍ଦ୍ର ଆଜି କିଛି ଛେଳି ଧରି ବଅଁରପାଳ ହାଟକୁ ବିକ୍ରି କରିବାକୁ ଆସୁଥିଲେ । ତେବେ ସନ୍ତ୍ରୀ ଛକଠାରେ ଏକ ବସ ତାଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ରେଙ୍ଗାଳି ଜଳଭଣ୍ଡାରକୁ ଡେଇଁ ପଡିଲେ – ବହୁ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କଣିହାଁ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଜଳ ଭଣ୍ଡାରକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣା ପଡିଛି । ନିଖୋଜ ବ୍ୟକ୍ତି ଜଣକ ହେଲେ କଣିହାଁ…
ଆମ୍ବତୋଟାରୁ ମହିଳାଙ୍କ ଗଳିତ ଶବ ଠାବ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁବେ ଗାଁର ବଡବନ୍ଧ ଆମ୍ବତୋଟାରୁ ଏକ ଅଜଣା ମହିଳାଙ୍କ ଗଳିତ ଶବ ଶନିବାର ଠାବ କରାଯାଇଛି । ସୂଚନା…
ଖୋଲିବ ଧର୍ମାନୁଷ୍ଠାନ – ସର୍ତ୍ତ ଲାଗୁ ଅନୁଗୁଳ – କୋଭିଡର ସାଂପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲାରେ ଥିବା ସମସ୍ତ ମନ୍ଦିର , ମସଜିଦ୍ ଓ ଗୀର୍ଜା ଗୁଡିକୁ ଆସନ୍ତା କାଲି(୩ ସେପ୍ଟେମ୍ବର) ଠାରୁ…