ଆଞ୍ଚଳିକ ଦୁର୍ଘଟଣାରେ ଜଣେ ମୃତ Angul OnlineApril 13, 2022April 13, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆରୁ ଟାଙ୍ଗିରି ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଟାଙ୍ଗିରୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସାବିତ୍ରୀ ପ୍ରଧାନଙ୍କ ସାନପୁଅ ସଞ୍ଜୟ ପ୍ରଧାନ ବୋଲି ଜଣା ପଡିଛି । ସୂଚନା ଅନୁସାରେ ସଞ୍ଜୟ ତାଙ୍କ ମାଉସୀ ପୁଅଙ୍କ ସହ ମୋଟରସାଇକେଲରେ କୌଣସି କାମରେ ମାଛକୁଟା ଗାଁକୁ ଯାଇଥିବା ବେଳେ ସେଠାରୁ କାମ ସାରି ନିଜ ଗାଁ ଟାଙ୍ଗିରୀକୁ ଫେରୁଥିଲେ । ତେବେ ବାଗଡିଆ-ଟାଙ୍ଗିରୀ ରାସ୍ତାର ବୁଢାବର ନିକଟରେ ଭାରସାମ୍ୟ ହାରାଇ ତାଙ୍କ ମୋଟରସାଇକେଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୋଟରସାଇକେଲ ପଛରେ ବସିଥିବା ସଞ୍ଜୟ ଗାଡିରୁ ଛିଟିକି ପଡିଥିବା ବେଳେ ତାଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ଛେଣ୍ଡିପଦା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । Advertisement
ଦିଶା ବୈଠକରେ ଜାତୀୟ ରାଜପଥ ସହ ରେଳ ଲାଇନ କାର୍ଯ୍ୟକୁ ତୁରନ୍ତ ସାରିବାକୁ ଗୁରୁତ୍ଵ ଅନୁଗୁଳ – ବିଭିନ୍ନ ଗ୍ରାମୀଣ ଉନ୍ନୟନ କାର୍ଯ୍ୟକ୍ରମର ସମନ୍ବୟ ଓ ପର୍ଯ୍ୟାଲେଚନା ନିମନ୍ତେ ଗଠିତ କମିଟି ( ଡିଶା ) ର ଏକ ବୈଠକ ଆଜି ପୂର୍ବାହ୍ନରେ…
ହାଇଡ୍ରୋଜେନ ଇନ୍ଧନ ବ୍ୟବହାର କରି ଇସ୍ପାତ ଉତ୍ପାଦନ କରିବା ହେଉଛି ଇସ୍ପାତଶିଳ୍ପର ଭବିଷ୍ୟତ: ବିମଲେନ୍ଦ୍ର ଝା, ପରିଚାଳନା ନିର୍ଦ୍ଦେଶକ, ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଅନୁଗୋଳ – ହାଇଡ୍ରୋଜେନ ଇନ୍ଧନ ବ୍ୟବହାର କରି ଇସ୍ପାତ ତିଆରି ଉତ୍ପାଦନ କରିବା ଇସ୍ପାତ ଶିଳ୍ପର ଭବିଷ୍ୟତ ବୋଲି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି…
ମା’ ବାସନ୍ତୀଙ୍କ ପୂଜା ଅନୁଷ୍ଠିତ ଅନୁଗୁଳ – ଅନୁଗୁଳ ଅମଲାପଡାସ୍ଥିତ ମା ବାସନ୍ତୀ ଦୁର୍ଗାଙ୍କର ଆଜି ଷଷ୍ଠୀ ପୂଜା ଆରମ୍ଭ ହୋଇଛି । ବର୍ତ୍ତମାନ ସ୍ଥିତିରେ ଲାଗି ରହିଥିବା ମହାମାରୀ କରୋନା ଯୋଗୁଁ…