କାର ଧକ୍କାରେ ଜଣେ ମୃତ

କାର ଧକ୍କାରେ ଜଣେ ମୃତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା ଘଟି ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ପରା ଗ୍ରାମର ଗାଁର ଗଜେନ୍ଦ୍ର ନାୟକ ବୋଲି ଜଣା ପଡିଛି ସୂଚନା ଅନୁସାରେ ଗଜେନ୍ଦ୍ର ନାଏକ ତାଙ୍କ ଶଶୁର ଘର ସାନକେରଜାଙ୍ଗ ଗ୍ରାମକୁ ଯାଇଥିଲେ ୫୫ନଂ ଜାତୀୟ ରାଜପଥରେ ଏକ ମାରୁତି କାର(ଓଡ଼ି୦୨ ଏପି ୮୬୧୩) ଟି ସମ୍ବଲପୁରରୁ ଅନୁଗୁଳ ଯାଉଥିବାବେଳେ ଜରପଡା ଥାନା ଓଗୀ ଛକ ଠାରେ ଏକ ହୋଣ୍ଡାସାଇନ ମୋଟରସାଇକେଲରେ ଗଜେନ୍ଦ୍ର ଓଗୀ ଛକ ଠାରେ ହଠାତ ୫୫ ନଂ ଜାତୀୟ ରାଜପଥକୁ  ବାହାରି ପଡିଥିଲେ । ଫଳରେ କାର ସହିତ ମୋଟରସାଇକେଲ ଧକ୍କା ହୋଇଥିଲା । ଏହି ଧକ୍କାରେ ମୋଟର ସାଇକେଲ ଚାଳକ ଗଜେନ୍ଦ୍ରଙ୍କର ଘଟଣା ସ୍ଥଳରେ ମୃତ୍ୟ ହୋଇଥିଲା । ଏହାକୁ ନେଇ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିବା ବେଳେ ଜରପଡା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା ଏହା ସହ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ପୁଲିସ ଘଟଣାର ତଦନ୍ତ କରୁଛି

What’s your Reaction?
+1
1
+1
0
+1
0
+1
1
+1
3
+1
0
+1
10

Leave a Reply