ଆସନ୍ତା ୮ ତାରିଖ ବ୍ଲାକ ଡାଇମଣ୍ଡ ଓ ପବିତ୍ର ମୋହନ ମେଡିକାଲ ଉଦଘାଟନ

ଆସନ୍ତା ୮ ତାରିଖ ବ୍ଲାକ ଡାଇମଣ୍ଡ ଓ ପବିତ୍ର ମୋହନ ମେଡିକାଲ ଉଦଘାଟନ

ଅନୁଗୁଳ – ଅନୁଗୁଳ ଜିଲ୍ଲାର ବହୁ ପ୍ରତିକ୍ଷିତ ତାଳଚେର ମେଡିକାଲ ଓ ବ୍ଲାକ ଡାଇମଣ୍ଡ ଆସନ୍ତା ୮ ତାରିଖରେ ଉଦଘାଟନ ହେବ ।  ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ସରିଛି । ସୁଚନା ଅନୁସାରେ ଅନୁଗୁଳ ଜିଲ୍ଲାର ତାଳଚେର ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅନେକ ବର୍ଷ ହେଲା ଦାବି ହୋଇ ଆସୁଛି । କେନ୍ଦ୍ର ସରକାର ଏମ ସି ଏଲ ସହୟତାରେ ମେଡିକାଲ କଲେଜ ପାଇଁ କୋଠା ମଧ୍ଯ ନିର୍ମାଣ ସରିଛି । ହେଲେ ଏହା ଆଜି ଯାଏଁ କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ । ରାଜ୍ଯ ସରକାର ଏହାକୁ ପରିଚାଳନା କରିବାକୁ ଦାବି ହେବା ପରେ ରାଜ୍ଯ ସରକାର ଏହି ମେଡିକାଲ କଲେଜ ଦାୟୀତ୍ୱ ନେଇଥିଲେ । ପରବର୍ତ୍ତି ସମୟରେ ତାଳଚେର ନେହେରୁ ଶତାବ୍ଦି ହସପିଟାଲ କୁ ନାମ ପରିବର୍ତ୍ତନ କରି ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ଡାକ୍ତରଖାନା କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଗତ ୪ ତାରିଖରେ ନେହେରୁ ଶତାବ୍ଦି ମେଡିକାଲର ନାମ ପରିବର୍ତ୍ତନ କରି ପବିତ୍ର ମୋହନ ପ୍ରଧାନ ମେଡିକାଲ ନାମ କରିବାକୁ ରାଜ୍ଯ ସରକାରଙ୍କ ସ୍ୱାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ଚିଠି ହୋଇଥିଲା । ଯାହକୁ ନେଇ ଏବେ ଦ୍ୱନ୍ଦରେ ଅଂଚଳବାସୀ ।ତେବେ ମେଡିକାଲ କଲେଜ ହେବା ପୂର୍ବରୁ ଏକ ସ୍ୱତନ୍ତ୍ର ମେଡିକାଲ ରହିବା ଅବଶ୍ଯକ ବୋଲି ଏଭଳି ପରିବର୍ତ୍ତନ କରା ଯାଇଛି ବୋଲି ଜଣା ପଡିଛି । ତେବେ ଯାହା ହେଉନା କାହିଁକି ଏହି ପବିତ୍ର ମୋହନ ପ୍ରଧାନ ମେଡିକାଲ ଡିସେମ୍ବର ୮ ତାରିଖରେ ଉଦଘାଟନ ହେବ ବୋଲି ସୁଚନା ମିଳିଛି । ମୁଖ୍ଯମନ୍ତ୍ରୀ ନବିନ ପଟ୍ଟନାୟକ ଭର୍ଚୁଆଲରେ ମୁଖ୍ଯ ଅତିଥି ଭାବେ ଏହାକୁ ଉଦଘାଟନ କରିବାକୁ ଥିବା ବେଳେ ଭର୍ଚୁଆଲରେ କେନ୍ଦ୍ର କୋଇଲା ତଥା ଖଣି ମନ୍ତ୍ରୀ ପ୍ରହଲାଦ ଭେଙ୍କଟେଶ ଯୋଶୀ ଅତିଥି ଭାବେ ଯୋଗ ଦେବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ସାସଂଦ ମହେଶ ସାହୁ , ରାଜ୍ଯ ସ୍ୱାସ୍ଥ୍ଯ ଓ ପରିବାର କଲ୍ଯାଣ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଓ ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରତକ୍ଷ ଭାବେ ଯୋଗ ଦେବାର କାର୍ଯ୍ଯକ୍ରମ ରହିଛି । ସେହିଭଳି ଅନେକ ଦିନ ହେଲା ଅନୁଗୁଳ ସହର ହୁଲୁରିସିଂହାଠାରେ ନିର୍ମାଣ ଚାଲିଥିବା ବ୍ଲାକ ଡାଇମଣ୍ଡ ମ୍ଯୁଜିୟମର କାର୍ଯ୍ଯ ସମ୍ପୂର୍ଣ୍ଣ ହୋଇଛି । ଏଣୁ ଲୋକଙ୍କ ପାଇଁ ଏବେ ଖୋଲା ଯିବ । ଯାହାକୁ ମଧ୍ଯ ଆସନ୍ତା ୮ ତାରିଖରେ ମୁଖ୍ଯମନ୍ତ୍ରୀ ଉଦଘାଟନ କରିବେ ବୋଲି ଜଣା ପଡିଛି । ତେବେ ଏହା ସହ ଆହୁରି ଅନେକ ଗୁଡିଏ ପ୍ରକଳ୍ପ ଏହିଦିନ ମୁଖ୍ଯମନ୍ତ୍ରୀ ଉଦଘାଟନ କରିବେ ବୋଲି ମଧ୍ଯ ଜଣା ପଡିଛି ।

What’s your Reaction?
+1
0
+1
0
+1
1
+1
0
+1
3
+1
1
+1
1

Leave a Reply