ଆମ ଓଡିଶା ରାତି ସମୟରେ ଦେବସ୍ନାନ ପୂର୍ଣ୍ଣିମାକୁ ବିରୋଦ୍ଧ Angul OnlineJune 21, 2021June 21, 2021 ଅନୁଗୁଳ – ଜଗନ୍ନାଥ ଭକ୍ତ ସାମାଜ ଓଡିଶା ଶାଖା ପକ୍ଷରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ହେବାକୁ ଥିବା ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଚଳିତ ବର୍ଷ ରାତି ସମୟରେ ହେବାକୁ ବିରୋଦ୍ଧ କରା ଯାଇଛି । ସୂଚନା ଅନୁସାରେ ଆସନ୍ତା ୨୪ ତାରିଖ (ଗୁରୁବାର) ଦିନ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହେବାକୁ ଯାଉଅଛି । ବିଶ୍ଵ ମହାମାରୀ କରୋନାକୁ ଦୃଷ୍ଟି ଆଗରେ ରଖି ରାଜ୍ୟ ସରକାର ଅନ୍ୟ କୌଣସି ସ୍ଥାନରେ ଏହାକୁ ଅନୁମତି ନଦେଇ କେବଳ ପୁରୀ ଠାରେ ପାଳନ କରିବା ପାଇଁ ନିଷ୍ପତି ନେଇଛନ୍ତି । ତଦନୁସାରେ ଗତକାଲି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଛତିଷା ନିଯୋଗର ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନିତି ନିର୍ଘଣ୍ଟ କରାଯାଇଅଛି । ଉକ୍ତ ନିତି ନିର୍ଘଣ୍ଟ ଅନୁଯାୟୀ ସ୍ନାନ ପୂର୍ଣ୍ଣିମା ଯେଉଁ ସମୟରେ ଧାର୍ଯ୍ୟ କରାଯାଇଅଛି , ତାହା ସମ୍ପୂର୍ଣ୍ଣ ଭାବରେ ଅଶାସ୍ତ୍ରୀୟ , ପରମ୍ପରା ଭଙ୍ଗ ତଥା ଶ୍ରୀ ଜଗନ୍ନାଥଙ୍କ ଅଗଣିତ ଭକ୍ତ ମାନଙ୍କୁ ଆଘାତ ପହଞ୍ଚାଇଛି । ବିଗତ ବର୍ଷ ବର୍ଷ ଧରି ବ୍ରାହ୍ମ ମୂହୁର୍ତ୍ତରେ ସ୍ନାନ ପୂର୍ଣ୍ଣିମା ଦିନ ନିତି ଆରମ୍ଭ ହେଉଥିଲା ବେଳେ ଚଳିତ ବର୍ଷ ରାତି ୧ ଟାରୁ ସ୍ନାନ ପୂର୍ଣ୍ଣିମା ନିତି ଆରମ୍ଭ କରିବା ପାଇଁ ନିଷ୍ପତି ନିଆ ଯାଇଛି । ଯାହା ଏକ ମନମୁଖୀ ନିଷ୍ପତି ବୋଲି ଜଗନ୍ନାଥ ଭକ୍ତ ସାମାଜ ପକ୍ଷରୁ କୁହା ଯାଇଛି । ଏଣୁ ଶ୍ରୀ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଏହା ଉପରେ ପୁନର୍ବିଚାର କରିବା ସହିତ ବିଦ୍ବାନ ମାନଙ୍କର ପରାମର୍ଶ ନିଅନ୍ତୁ । ସୋମବାର ଅନୁଗୁଳଠାରେ ଏକ ସାମ୍ବାଦିକ ସମିଳନୀରେ ଏ କଥା କହିବା ସହ ରାତ୍ର ସମୟକୁ କାଳବେଳା ସମୟ କୁହା ଯାଉଥିବା ବେଳେ ଏଭଳି ସମୟରେ କାହିଁକି ଏଭଳି କରା ଯାଇ ପରମ୍ପରା ଭଙ୍ଗ କରାଉଛି ବୋଲି ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ହିନ୍ଦୁ ପରିଷଦ ଓଡ଼ିଶାର ଉପସଭାପତି ପଣ୍ଡିତ ମହେଶ କୁମାର ସାହୁ , ସନାତନ ଜାଗୃତି ପରିଷଦ ଆବାହକ ପଣ୍ଡିତ ରୋହିତ କୁମାର ଦାଶ , ସମ୍ବୋଧନ କରିଥିବା ବେଳେ , ଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ସଂଯୋଜକ ଶ୍ରୀ ସୌରୀ ରଞ୍ଜନ ପଣ୍ଡା ସଂଯୋଜନା କରିଥିଲେ । Advertisement
ସାତକୋଶିଆ ଗଣ୍ଡରେ ଛଡ଼ାଗଲା କୁମ୍ଭୀର ଶାବକ ଅନୁଗୁଳ – ମହାନଦୀ ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୧୨ଟି ଘଡ଼ିଆଳ ଶାବକ । ବନ୍ୟାରେ ଭାସିଯିବା ଆଶଙ୍କା ଥିବାରୁ ଗତ ଜୁଲାଇ ମାସରେ ଏହି ଘଡ଼ିଆଳ ଛୁଆ…
ଏନଟିପିସି ଟିଟିପିଏସର ସମସ୍ତ ୟୁନିଟ ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସର ଆଜିଠାରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇ ଯାଇଛି । ଯେଉଁଠାରୁ ସାରା ରାଜ୍ୟକୁ ବିଦ୍ୟୁତ ସଞ୍ଚରି ଯାଉଥିଲା…
ଭକ୍ତିମୟ ପରିବେଶରେ ଡୁବିଲା ଜିନ୍ଦଲ ନଗର ଅନୁଗୁଳ- ଦେବଭୂମି ରେ ବାହୁଡ଼ା ଯାତ୍ରା ଆଧ୍ୟାତ୍ମିକ ଏବଂ ଭକ୍ତିପୂର୍ଣ୍ଣ ପରିବେଶରେ ହଜାର ହଜାର ଶ୍ରଦ୍ଧାଳୁ ସମାବେଶରେ ସମ୍ପନ୍ନ ହୋଇଛି। ଏ ଅବସରରେ ଶ୍ରୀ ଜିଉ ମାନେ…