ରାଜନୀତି ସଂଗଠନ ହେଉଛି ଦୁର୍ବଳ – ଦାୟିତ୍ୱ ନେବେ ରଜନୀ !!! Angul OnlineOctober 28, 2023October 28, 2023 ଅନୁଗୁଳ – (ଅନୁଗୁଳ ଅନଲାଇନ୍) – ଆଗକୁ ସାଧାରଣ ନିର୍ବାଚନ । ଏବେଠାରୁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିବା ସହ ସାଧାରଣ ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କଲେଣି । ତେବେ ଏହି ସମୟରେ ଅନୁଗୁଳ ଜିଲ୍ଲା ବିଜେଡିକୁ ଘାରିଛି ଦଳୀୟ କନ୍ଦଳ ଓ ଭିନ୍ନ ଭିନ୍ନ ଗୋଷ୍ଠି ଚିନ୍ତା । ଏଭଳି ସ୍ଥିତି ଉପୁଜିଛି ଯେ ସବୁ ନିର୍ବାଚନ ମଣ୍ଡଳୀରେ ସଂଗଠନ ଦ୍ୱର୍ବଳ ସ୍ଥିତି ଆଡକୁ ଯାଉଛି । ନିର୍ବାଚନର ଠିକ ପୂର୍ବରୁ ଦଳରେ ଯେଉଁଭଳି ସାମାନ୍ୟ ଅନ୍ତଃ କନ୍ଦଳ ଲାଗି ରହୁଛି ତାହା ଦଳ ପାଇଁ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହୁଛି । ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ତାଙ୍କ ଭୂମିକା ସୁଚାରୁ ରୁପେ ତୁଲାଇ ପାରୁ ନାହାନ୍ତି ବୋଲି ଏଭଳି ସ୍ଥିତି ଉପୁଜିଛି ବୋଲି ଚର୍ଚ୍ଚା ହେଉଛି । ଏପରିସ୍ଥଳେ ଦଳ ଜିଲ୍ଲାର ନେତୃତ୍ୱ ପରିବର୍ତ୍ତନ ପାଇଁ ଚିନ୍ତା କରୁଛି । ଆଉ ପୁଣି ଥରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଉପରେ ଦାୟିତ୍ୱ ଦେଇ ଦଳର ସଂଗଠନ ମଜଭୁତ କରିବାକୁ ଚେଷ୍ଟା କରିପାରେ । ପୂର୍ବରୁ ରଜନୀକାନ୍ତ ଜିଲ୍ଲା ସଭାପତି ଦାୟିତ୍ୱ ନେଇ ଦଳକୁ ସୁସଂଗଠିତ କରିବାରେ ବଡ଼ ଭୂମିକା ତୁଲାଇଥିଲେ । ଏଣୁ ଏଥିପାଇଁ ଦଳ ପୁଣିଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି । ମୁଖ୍ୟତଃ ଅନୁଗୁଳ ନିର୍ବାଚନ ମଣ୍ଡଳୀ ସହ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଦଳର ସ୍ଥିତି ସମ୍ବାଳିବାକୁ ହେଲେ ଜଣେ ବରିଷ୍ଠ ତଥା ଅଭିଜ୍ଞ ବ୍ୟକ୍ତିଙ୍କ ଦଳ ନେତୃତ୍ୱ ଆବଶ୍ୟକତା ଥିବାରୁ ଦଳ ଏଭଳି ଚିନ୍ତା କରୁଛି ବୋଲି ଜଣା ପଡ଼ିଛି । ତେବେ ରଜନୀକାନ୍ତ ସିଂହ ବର୍ତ୍ତମାନ ଉପ ବାଚସ୍ପତି ଥିବା ବେଳେ ଦଳର ଦାୟିତ୍ୱ ନେବାପାଇଁ ଖୁବ ଶୀଘ୍ର ଉପ ବାଚସ୍ପତି ପଦରୁ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । Advertisement
ତୈଳ ଦର ବୃଦ୍ଧି ପ୍ରତିବାଦ – କଂଗ୍ରେସର ଅଭିନବ ବିକ୍ଷୋଭ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ତୈଳ ଦର ବୃଦ୍ଧି ପ୍ରତିବାଦରେ ଅଭିନବ ବିକ୍ଷୋଭ କରିଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ଶଗଡ଼ ଗାଡ଼ି ଓ ସାଇକେଲ…
ପ୍ରଚାରର ଶେଷ ଦିନରେ କଂଗ୍ରେସ ଜାରି କଲା ଇସ୍ତାହାର adv- ଅନୁଗୁଳ – ଅନୁଗୁଳ ପୌର ନିର୍ବାଚନ ପାଇଁ ଆଜି(ମଙ୍ଗଳବାର) ଶେଷଦିନ ଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ତଥା ପୌରାଧ୍ୟକ୍ଷ ପ୍ରାର୍ଥୀ ବାଳବୀର…
ଅବନୀକାନ୍ତ ସାହୁ ହେଲେ ରାଜ୍ୟ ଖାଦ୍ୟ କମିଶନ୍ର ଅଧ୍ୟକ୍ଷ ଅନୁଗୋଳ – ଅନୁଗୋଳ ଜିଲ୍ଲାର ସମାଜ ସେବୀ ତଥା ବିଜେଡ଼ି ନେତା ତଥା ବର୍ତ୍ତମାନର ତାଳଚେର ଅନୁଗୁଳ ମେରାମଣ୍ଡଳୀ ଉର୍ଣ୍ଣୟନ ପରିଷଦ, ଟାମଡ଼ା)ର ଅଧକ୍ଷ ଅବନିକାନ୍ତ ସାହୁଙ୍କୁ…