ମୁଖ୍ୟ ଖବର ୧୧୬୩ ଟି ମତଦାନ କେନ୍ଦ୍ର ମଧ୍ୟରୁ ୮୭ ଟି ଅତିସମ୍ବେଦନଶୀଳ ମତଦାନ କେନ୍ଦ୍ର Angul OnlineMay 23, 2024May 23, 2024 ଅନୁଗୁଳ – ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ, ଅନୁଗୁଳ ଜିଲ୍ଲାରେ ଚଳିତ ମାସ ୨୫ ତାରିଖରେ ହେବାକୁ ଥିବା ମତଦାନ ନିମନ୍ତେ, ଜିଲ୍ଲା ପ୍ରସାଶନର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାରେ ଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ୫୯- ପାଳଲହଡା, ୬୦-ତାଳଚେର, ୬୧- ଅନୁଗୁଳ, ୬୨-ଛେଣ୍ଡିପଦା ଓ ୬୩ -ଆଠମଲ୍ଲିକ ଅନ୍ତର୍ଗତ ମୋଟ ୧୧୬୩ ଟି ମତଦାନ କେନ୍ଦ୍ରରେ ୬୯୭୮ ଜଣ ପୋଲିଂ କର୍ମଚାରୀ ନିୟୋଜନ ହୋଇଥିବା ବେଳେ, ୯, ୭୮,୬୨୩ ଜଣ (ପାଳଲହଡାରେ ୧,୭୮,୫୨୮, ତାଳଚେରରେ ୧,୬୪,୨୪୯, ଅନୁଗୁଳରେ ୨,୧୪,୯୭୫, ଛେଣ୍ଡିପଦାରେ ୨,୧୧,୨୧୨ ଓ ଆଠମଲ୍ଲିକରେ ୨,୦୯,୬୫୯ ଜଣ ) ମତଦାତା ମତଦାନ କରିବାର ବ୍ୟବସ୍ଥା ରହିଛି । ମୋଟ ମତଦାତାଙ୍କ ମଧ୍ୟରୁ ୫,୦୩,୧୦୯ ଜଣ (୫୧.୪୧ ପ୍ରତିଶତ) ପୁରୁଷ, ୪,୭୫,୩୭୪ ( ୪୮.୫୮ ପ୍ରତିଶତ) ଜଣ ମହିଳା ଓ ୧୪୦ ଜଣ (୦.୦୧ ପ୍ରତିଶତ) ତୃତୀୟଲିଙ୍ଗି ମତଦାତା ଅଛନ୍ତି । ମୋଟ ମତଦାତା ଙ୍କ ମଧ୍ୟରୁ ୭,୭୪୪ ଜଣ (୦.୭୯ ପ୍ରତିଶତ) ସିନିୟର ସିଟିଜେନ (୮୫ ବର୍ଷ ଓ ତଦୁର୍ଦ୍ଧ), ଦିବ୍ୟାଙ୍ଗ ୧୧,୯୨୬ ଜଣ (୧.୨୨ ପ୍ରତିଶତ) ଓ ୩୧,୧୪୨ଜଣ ( ୩.୧୮ ପ୍ରତିଶତ) ଯୁବ ମତଦାତା ( ୧୮ ରୁ ୧୯ ବର୍ଷ ) ଅଛନ୍ତି । ପୁରୁଷ ( ପ୍ରତି ୧୦୦୦ ଜଣ) ଓ ମହିଳା ମତଦାତାଙ୍କ ଅନୁପାତ ୯୪୫ ରହିଛି । ସେହିପରି ମୋଟ ୧୧୬୩ ଟି ମତଦାନ କେନ୍ଦ୍ର ମଧ୍ୟରୁ ୬୦ (ପ୍ରତି ନିର୍ବାଚନ ମଣ୍ଡଳୀ ରେ ୧୨ ଟି ଲେଖାଏ) ଟି ସଖୀ (କେବଳ ମହିଳା ଅଧିକାରୀ ରହିବେ) ମତଦାନ କେନ୍ଦ୍ର, ୨୫ ଟି (ପ୍ରତି ନିର୍ବାଚନ ମଣ୍ଡଳୀ ରେ ୦୫ ଟି ଲେଖାଏ) ଯୁବ ମତଦାନ କେନ୍ଦ୍ର ( ୩୦ ବର୍ଷ ରୁ କମ ଅଧିକାରୀ ରହିବେ) ଓ ୨ଟି ଦିବ୍ୟାଙ୍ଗ (ଅନୁଗୋଳ ଓ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ରେ ଗୋଟିଏ ଲେଖାଏ ) ମତଦାନ କେନ୍ଦ୍ର ରହିଛି। ମୋଟ ୧୧୬୩ ଟି ମତଦାନ କେନ୍ଦ୍ର ମଧ୍ୟରୁ ୮୭ ଟି (ପାଳଲହଡାରେ ୧୭ ଟି, ତାଳଚେରରେ ୨୦ ଟି , ଅନୁଗୁଳରେ ୨୦ ଟି, ଛେଣ୍ଡିପଦାରେ ୧୬ ଟି ଓ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ୧୭ଟି ) ଅତିସଂବେଦନଶୀଳ ମତଦାନ କେନ୍ଦ୍ର ଚିହ୍ନଟ କରାଯାଇଛି । ଏହି ସମସ୍ତ ଅତିସଂବେଦନଶୀଳ ମତଦାନ କେନ୍ଦ୍ରରେ ଶୃଙ୍ଖଳା ପାଇଁ ସିଏପିଏଫ (CAPF) ଯବାନ ମୁତୟନ କରାଯିବ । ଜିଲ୍ଲାରେ ନିର୍ବାଚନ ପରିଚାଳନା ପାଇଁ ୫ ଜଣ ନିର୍ବାଚନ ଅଧିକାରୀ ( Returning Officer), ୧୦ ଜଣ ଏଆରଓ, ୧୨୯ ମାଇକ୍ରୋ ପର୍ଜ୍ୟବେକ୍ଷକ, ୧୧୩ ଜଣ ସେକ୍ଟର ଅଧିକାରୀ ସମେତ ୬୩୭ ଅତିରିକ୍ତ (ରିଜର୍ଭ) ପୋଲିଂ କର୍ମଚାରୀ ଓ ୧୨ ଜଣ ଅତିରିକ୍ତ (ରିଜର୍ଭ) ସେକ୍ଟର ଅଧିକାରୀ ମଧ୍ୟ ରହିବେ ବୋଲି ଜିଲ୍ଲା ନିର୍ବାଚନ କାର୍ଯ୍ୟ।ଳୟ ତରଫରୁ ସୂଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ, ଚଳିତ ମାସ ୨୫ ତାରିଖରେ, ଅଧିକରୁ ଅଧିକ ମତଦାତା ମତଦାନ କେନ୍ଦ୍ରକୁ ଆସି ନିଜ ନିଜର ଭୋଟ ଦେବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଅବ୍ଦାଲ ଏମ ଅଖତାର ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି । Advertisement
ବ୍ରାଉନ୍ସୁଗାର ବ୍ୟବସାୟୀ ଗିରଫ ନାଲକୋ ନଗର – ଅନୁଗୁଳ ଜିଲ୍ଲା ନାଲକୋ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବକ ଧଳା ଜହର ବ୍ୟବସାୟ କରୁଥିବା ଅଭିଯୋଗରେ ନାଲକୋ ପୁଲିସ ଗିରଫ କରିଛି…
ଛାତରୁ ପଡି ଯୁବକ ମୃତ ଅନୁଗୁଳ – ଅନୁଗୁଳ ସହର ଶିକ୍ଷକପଡାରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଛାତରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ…
ଜାଣନ୍ତୁ ମୋହନ ମାଝୀଙ୍କ ରାଜନୈତିକ ଯାତ୍ରା ଭୁବନେଶ୍ଵର-ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେଡିର ଗଡ ଭାଙ୍ଗି ନୂତନ ସରକାର ଗଠନ କରିବାକୁ ଯାଉଥିବା ବିଜେପି ମୋହନ…