ମୁଖ୍ୟ ଖବର ପୁଲିସକୁ ଆକ୍ରମଣ କଲେ ଉତ୍ତ୍ଯକ୍ତ ଲୋକେ-ଜାତୀୟ ରାଜପଥରେ ପୁଣି ମୁଣ୍ଡ ଗଡିବାକୁ ନେଇ ଉତ୍ତେଜନା Angul OnlineJanuary 21, 2024January 21, 2024 ଅନୁଗୁଳ – ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ପୁଣି ଆଜି ଏକ ଜୀବନ ଯାଇଛି । ଯାହକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିବା ବେଳେ ଉତ୍ତ୍ଯକ୍ତ ଲୋକଙ୍କ ଆକ୍ରୋଶର ଶିକାର ପୁଲିସ ହୋଇଛି । ସୁଚନା ଅନୁସାରେ ଅନୁଗୁଳ ସହର ଏଫ ସି ଆଇ ଗୋଦାମ ନିକଟରେ ଟ୍ରକ ଚାପାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟବସାୟୀ ଜଣଙ୍କ ଢେଙ୍କାନାଳ ଜିଲ୍ଲାର ଦୁଷ୍ମନ୍ତ କୁମାର ପଣ୍ଡା । ସେ ଏହି ଏଫ ସି ଆଇ ଗୋଦାମ ନିକଟରେ ସ୍ପେୟର ପାର୍ଟସ ଦୋକାନ କରିଥିବା ବେଳେ ଆଜି ଅପରାହ୍ନରେ ସେ ସ୍ପେୟାର ପାର୍ଟସ ନେଇ ବସ ଷ୍ଟାଣ୍ଡକୁ ଯାଉଥିଲେ । ସେହି ସମୟରେ ସହର ପଟରୁ ଆସୁଥିବା ଏକ ପାଉଁଶ ବୋଝେଇ ହାଇବା ତାଙ୍କୁ ଧକ୍କା ଦେବା ସହ କିଛି ଦୁର ଘୋଷାଡି ନେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେବା ସହ ରାଜପଥ ଅବରୋଧ କରାଯାଇଛି । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଂଚି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା । ହେଲେ ଉତ୍ତ୍ଯକ୍ତ ଲୋକ କ୍ଷତିପୁରଣ ଦାବି ସହ ଜାତୀୟ ରାଜପଥର ଦୁରାବସ୍ଥା ଦୁର ନ ହେବା ଯାଏ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚେତବନୀ ଦେଇଥିଲେ । ଏହାକୁ ନେଇ ପୁଲିସ ଓ ଜନତାଙ୍କ ମଧ୍ଯରେ ଉଚ୍ଚବାଚ୍ଚ ହୋଇଥିଲା । ଏପରିକି ପରିସ୍ଥିତି ଏପରି ହୋଇଥିଲା ଯେ ଲୋକ ପୁଲିସକୁ ଧସ୍ତାଧସ୍ତି କରିଥିଲେ । ଅନୁଗୁଳ ଥାନା ଅଧିକାରୀ ଧିରେଶ ଦାସ ଏଥିରେ ବାଧା ଦେବାରୁ ଲୋକ ତାଙ୍କୁ ଓ ଅନ୍ଯ ପୁଲିସ ଅଧିକାରୀଙ୍କୁ ହଠାତ ଆକ୍ରମଣ କରି ଦେଇଥିଲେ । ଲୋକଙ୍କ ଆକ୍ରୋଶର ଶିକାର ହୋଇ ଥାନା ଅଧିକାରି ଦୌଡି ଯାଇ ଏକ ରେଷ୍ଟୁରାଣ୍ଟ ଭିତରକୁ ପଶି ଯାଇଥିଲେ । ସ୍ଥାନୀୟ ସରପଂଚ ଓ ଅନ୍ଯ କିଛି ଲୋକ ହସ୍ତକ୍ଷେପ କରି ଉତ୍ତ୍ଯକ୍ତ ଲୋକଙ୍କୁ ଏଥିରୁ ନିବୃତ କରିଥିଲେ । ଏହା ପରେ ଲୋକ ଜାତୀୟ ରାଜପଥ ଉପରେ ବସିରହିଛନ୍ତି । ଅନୁଗୁଳ ଏସ୍ ଡି ପି ଓ ରମାକାନ୍ତ ମାହଳିକ , ତହସିଲଦାର ଆଦି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଖବର ଲେଖା ଯିବା ସୁଧା ଆଲୋଚନା ଚାଲିଥିବା ବେଳେ କୌଣସି ସୁଫଳ ମିଳି ପାରି ନାହିଁ । Advertisement
କାଙ୍ଗୁଲା ଦୁଷ୍କର୍ମ ଓ ହତ୍ୟା ମାମଲା – ଦୋଷୀ ସାବସ୍ତ୍ୟ ହେଲା ଅନାମ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବହୁ ଚର୍ଚିତ କାଙ୍ଗୁଲା ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦୋଷୀ ସାବସ୍ତ୍ୟ ହୋଇଛି…
ଦୁଇ ନାବାଳକଙ୍କୁ ବାନ୍ଧି ନିସ୍ତୁକ ମାଡ – ମାଛ ମାରିଲେ ବୋଲି ସନ୍ଦେହରେ ମାଡ ମାରିଲେ ପୋଖରୀ ମାଲିକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବୁଢାଢିପ ସାହିରେ ପୋଖରୀରୁ ମାଛ ଚୋରୀ କରିଥିବା ସନ୍ଦେହରେ ଦୁଇ ନାବାଳକଙ୍କୁ ବାନ୍ଧି ଅମାନୁଷିକ ଭାବେ ମାଡ଼ ମରାଯାଉ…
କାର ଧକ୍କାରେ ମୋଟରସାଇକେଲ ଚାଳକ ମୃତ ଅନୁଗୁଳ – କାର୍ ଧକ୍କାରେ ଜଣେ ମୃତ । ଅନୁଗୁଳ ବ୍ଲକ ଅନ୍ତର୍ଗତ ଛେଳିଆପଡା ଛକ ନିକଟରେ ମୋଟରସାଇକେଲକୁ କାର ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ…