ମନୋରଞ୍ଜନ ଅନୁଗୁଳ ମହୋତ୍ସବ ପ୍ରଥମ ସନ୍ଧ୍ୟା – ମତୁଆଲା କଲେ ବଣ୍ଟି ଏବଂ ବେନି ଦୟାଲ Angul OnlineJanuary 18, 2023January 18, 2023 ଅନୁଗୋଳ – ଆଜି ଠାରୁ ଆରମ୍ଭ ହୋଇଛି ଅନୁଗୋଳ ମହୋତ୍ସବ । ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ଅବସରରେ ଏଥର ମହୋତ୍ସବକୁ ଅଧିକ ରଙ୍ଗିନ କରାଯାଉଥିଲାବେଳେ ଏହାର ମଜା ନେବା ପାଇଁ ଭରପୁର ଭିଡ଼ ଜମିଥିଲା । ଅନୁଗୋଳ ଷ୍ଟାଡିୟମ୍ରେ ହେଉଥିବା ଉତ୍ସବର ପ୍ରଥମ ସନ୍ଧ୍ୟାରେ ପ୍ରସିଦ୍ଧ ପପ୍ ଗାୟକ ବେନି ଦୟାଲ ଆକର୍ଷଣ ସାଜିଥିଲେ । ଏହା ସହ ଅନୁଗୁଳିଆ ବଣ୍ଟି କମାଲ କରିଥିଲେ । ଦର୍ଶକଙ୍କୁ ନିଜ କମେଡି ଓ ଗୀତରେ ମତୁଆଲା କରିଥିଲେ । ଅନୁଗୁଳ ବିଧାୟକ ତଥା ଉପ ବାଚସ୍ପତି ରଜନୀକାନ୍ତ ସିଂହ ଆଜି ଉଦଘାଟନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଢେଙ୍କାନାଳ ସାଂସଦ ମହେଶ ସାହୁ ଜିଲ୍ଲାର ସମସ୍ତ ବିଧାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଘାଟନୀ ଉତ୍ସବ ପରେ ପରେ ଜିଲ୍ଲାର ବିଭିନ୍ନ ଲୋକନୃତ୍ୟ ପରିବେଷଣ କରା ଯାଇଥିଲା । ତାଳଚେର ଓ କଣିହାଁ ବ୍ଲକ୍ର କଳା ସାଂସ୍କୃତିକ ସଂଘ ନୃତ୍ୟ ପରିବେଷଣ କରିଥିଲେ । ପରେ ପରେ ଅନୁଗୋଳର କଳିଙ୍ଗ କଳା ନିକେତନ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଷ୍ଟାଡିୟମ୍ ସମ୍ମୁଖରେ ଥିବା ହାଇସ୍କୁଲ ପଡ଼ିଆରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜିତ ହୋଇଛି । ଏଥିରେ ୨୦୦ଟି ଷ୍ଟଲ ଖୋଲିଛି । ଘରକରଣା ଉପାଦାନ ସହ ମହିଳା ସଂୟ ସହାୟକ ଗୋଷ୍ଠୀ ପ୍ରସ୍ତୁତ କରୁଥିବା ସାମଗ୍ରୀ ବିକ୍ରି କରା ଯାଉଛି । ସେହିପରି ସାଧାରଣ ଲୋକଙ୍କ ପାଇଁ ଖାଦ୍ୟମେଳାର ଆୟୋଜନ କରାଯାଇଛି । ଏଠାରେ ଭଳିକି ଭଳି ଖାଦ୍ୟ ମିଲୁଛି । ଅନୁଗୁଳ ମହୋତ୍ସବ ପାଇଁ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ମହୋତ୍ସବ ସମୟରେ ଷ୍ଟାଡିୟମ ସମ୍ମୁଖ ଜାତୀୟ ରାଜପଥକୁ ସିଲ୍ କରିଦିଆ ଯାଇଛି । Advertisement
ଦର୍ଶକଙ୍କୁ ବିମୋହିତ କଲା ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ଅନୁଗୁଳ – ଅନୁଗୁଳର ଅଗ୍ରଣୀ ଅନୁଷ୍ଠାନ ନାଟ୍ଯମ ପକ୍ଷରୁ ଶ୍ରୀ ଜଗନ୍ନାଥ ତତ୍ତ୍ଵ ଉପରେ ଆଧାରିତ ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ମଞ୍ଚସ୍ଥ ହୋଇଯାଇଛି । ଅନୁଗୁଳ…
ଜାତୀୟ ଡିଜାଇନ ଶୋ’ରେ ଅନୁଗୁଳ ଝିଅ ଜୁଲିଙ୍କ ସଫଳତା ଅନୁଗୁଳ – ମେଟାଲ୍ ମାକ୍ସ ସଂସ୍ଥା ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ଜାତୀୟ ଡିଜାଇନ୍ ଶୋ ଓ ଫ୍ୟାସନ କୋଟିୟର ଶୋରେ ଓଡ଼ିଆ ଝିଅ ଜୁଲି କର ସଫଳତା…
ମିସେସ ଇଣ୍ଡିଆ ଆର୍ଥ ପ୍ରତିଯୋଗିତାରେ ରୂପାଲିଙ୍କ ସଫଳତା ତାଳଚେର – ଅନୁଗୁଳ ତାଳଚେରରେ ଜନ୍ମିତ ଓଡିଆ ଝିଅ ରୂପାଲି ଶ ମିସେସ ଇଣ୍ଡିଆ ଆର୍ଥ ପ୍ରତିଯୋଗିତାରେ ଭାଗ ନେଇ ଦ୍ଵିତୀୟ ହେବା ସହ ମିସେସ ଚାର୍ମିଙ୍ଗ…