ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ରାଇଝରଣ ଗ୍ରାମର ଚତୁଃପାର୍ଶ୍ଵରେ ଥିବା କୋଲ ବ୍ଲକର କରାଯାଉଥିବା ଜମି ଅଧିଗ୍ରହଣକୁ ବିରୋଧ କରି ଗ୍ରାମବାସୀଙ୍କ ପକ୍ଷରୁ ନ୍ୟାର୍ଯ୍ୟ ଦାବି ପାଇବା ପାଇଁ ଶନିବାର ଗ୍ରାମ୍ୟ ଦେବାଦେବୀଙ୍କ ନିକଟରେ ଗ୍ରାମବାସୀ ଏକତ୍ରୀତ ହୋଇ ବଜ୍ର ଶପଥ ନେଇଛନ୍ତି । ସୂଚନା ଅନୁସାରେ , ରାଇଝରଣ ଗ୍ରାମ ଓ ଚତୁଃପାର୍ଶ୍ଵରେ କେଇଲା ଖଣି ନିମନ୍ତେ ଉତ୍କଳ ଏ, ଡି,ସି,ବି୧,ବି୨ କୋଲ ବ୍ଲକ ରହିଥିବାବେଳେ ଉକ୍ତ କୋଲ ବ୍ଲକ ଗୁଡିକରେ ଜମି ଅଧିଗ୍ରହଣ କରିବା ପାଇଁ ବିଭିନ୍ନ କମ୍ପାନୀ ପକ୍ଷରୁ ଯୋରଦାର ପ୍ରୟାସ କରାଯାଉଛି । ଉତ୍କଳ ଡି କୋଲ ବ୍ଳକରେ ନାଲକୋ କମ୍ପାନୀ ପକ୍ଷରୁ କୋଇଲା ଉତ୍ତୋଳନ କାର୍ଯ୍ୟ କରାଯାଉଅଛି । ଉକ୍ତ କୋଲ ବ୍ଳକ ଗୁଡିକରେ ବିଭିନ୍ନ କମ୍ପାନୀ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇଥିଲେ ମଧ୍ୟ ଗ୍ରାମବାସୀଙ୍କୁ ଉକ୍ତ କମ୍ପାନୀ ପକ୍ଷରୁ ନିଯୁକ୍ତି ବିସ୍ଥାପନ ଥଇଥାନକୁ ନେଇ ଅଣଦେଖା କରାଯାଉଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଗ୍ରାମରେ ତିବ୍ର ଅସନ୍ତୋଷ ଦେଖାଦେବା ସହିତ ନାଲକୋ ଡି କୋଲ ବ୍ଲକର ଧୋବାମଳିହା ଠାରେ ଚାଲି ଥିବା କୋଇଲା ଖନନ କାର୍ଯ୍ୟକୁ ବନ୍ଦ କରି ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଦେଇଥିଲେ । ଉକ୍ତ ଧାରଣାର ୩ୟ ଓ ୪ର୍ଥ ଦିନରେ ଆନ୍ଦୋଳନ ସ୍ଥଳକୁ ଛେଣ୍ଡିପଦାରେ ତହସିଲଦାର ମାନସ ରାୟ ଓ ଏସଡିପିଓ ରମାକାନ୍ତ ମହାଳିକ ପ୍ରମୁଖ ଅଧିକାରୀ ମାନେ ଆନ୍ଦୋଳନ ସ୍ଥଳରେ ପହଁଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରବା ସହିତ ଉପଜିଲ୍ଲାପାଳଙ୍କ ନିକଟରେ ଗ୍ରାମ୍ୟ କମିଟିର ଦାବି ଉପସ୍ଥାପନ ପାଇଁ କହିଥିଲେ । ଏହାପରେ ଗ୍ରାମ୍ୟ କମିଟି ପକ୍ଷରୁ ଏକ ବୈଠକ କରାଯିବା ସହିତ ଉପଜିଲାପାଳଙ୍କ ନିକଟରେ ଗ୍ରାମର ଦାବି ଉପସ୍ଥାପନ କରିବା ନିମନ୍ତେ ୨୦ମହିଳା ସଦସ୍ୟ ଓ ୬ଜଣ ପୁରୁଷ ସଦସ୍ୟଙ୍କୁ ଗ୍ରାମ୍ୟ କମିଟି ପକ୍ଷରୁ ଚୟନ କରାଯାଇଥିଲା । ଉପଜିଲ୍ଲାପାଳ ବଇତୁରାଦିପଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଦସ୍ୟ ସଦସ୍ୟାଙ୍କ ମଧ୍ୟରେ ଆଲୋଚନା ହେବାସହ ନିଜର ଦାବି ଉପସ୍ଥାପନ ପାଇଁ ଗ୍ରାମବାସୀଙ୍କୁ ବୁଝାଇଥିଲେ । ଗ୍ରାମର ଦାବି ଗୁଡିକ ମଧ୍ୟରେ ଜମିର ସଠିକ ମୂଲ୍ୟାୟନ କରାଯାଉ , ୧୪ଲକ୍ଷ ଅନୁକମ୍ପାରାଶି ଦିଆଯିବା ପାଇଁ କୁହାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଉକ୍ତ ଅର୍ଥରାଶି ଦିଆନଯାଇ କୋଇଲା ଖନନ କାର୍ଯ୍ୟ କରାଯାଉଥିବାରୁ ତାକୁ ତୁରନ୍ତ ବନ୍ଦ କରାଯାଉ । ନିଯୁକ୍ତି ପାଇଁ କୁଶଳୀ ଅଣକୁଶଳୀ ଓ ଯୋଗ୍ୟତା ଭିତିକ ନିଯୁକ୍ତି ଦେବା ପାଇଁ ଦାବି କରିଥିଲେ । ଏଥି ସହିତ ପଞ୍ଚାୟତ ରାସ୍ତାରେ କମ୍ପାନୀର ଗାଡି ଯାଇ ରାସ୍ତା ସମ୍ପୁର୍ଣ୍ଣ ନଷ୍ଟ ହେଇଯାଇ ଥିବାରୁ ତୁରନ୍ତ ପଞ୍ଚାୟତ ରାସ୍ତା ମରାମତି ସହିତ କମ୍ପାନୀ ଗାଡି ନିଜସ୍ୱ ରାସ୍ତାରେ ଯାତାୟତ କରିବା ପାଇଁ ଦାବି କରିଥିଲେ । କମ୍ପାନୀ କତୃପକ୍ଷଙ୍କୁ ନିଯୁକ୍ତି କଥା କୁହାଯାଉଛି କମ୍ପାନୀ ପକ୍ଷରୁ ପୁଲିସର ଭୟ ଦେଖାଇ ମିଥ୍ୟା ମାମଲା ରୁଜୁ କରାଯାଇ ଜବରଦସ୍ତ କାର୍ଯ୍ୟ କରାଯାଉଛି । ଏପରିକି କ୍ଷତିପୁରଣ ରାଶି ପାଇବା ପାଇଁ ଭୂଅର୍ଜନ କାର୍ଯ୍ୟାଳୟରେ ପିସି ନଦେଲେ କ୍ଷତିପୁରଣ ରାଶି ମିଳୁନଥିବା କ୍ଷତିଗ୍ରସ୍ତ ପ୍ରଜାମାନେ ଅଭିଯୋଗ କରିଥିଲେ । ତେଣୁ ତୁରନ୍ତ କ୍ଷତିପୁରଣ ରାଶି ପ୍ରଦାନ କରାଯାଉ । ସମ୍ପୁର୍ଣ୍ଣ ଗ୍ରାମପଂଚାୟତରେ ପାଣି ସିଂଚନ , ପିଇବା ପାଣି ଯୋଗାଣ , ବିଦ୍ୟାଳୟ , କୋଠ ଘର , ଠାକୁର ଘରର ଉନ୍ନତିକରଣ , ବିଦ୍ୟାଳୟରେ ଶିକ୍ଷକ ପ୍ରଦାନ , ସ୍ୱାସ୍ଥ୍ୟ କ୍ୟାମ୍ପ , ଗୋମାତାର ସ୍ୱାସ୍ଥ୍ୟ କ୍ୟାମ୍ପର ବ୍ୟବସ୍ଥା, ଗ୍ରାମର ରେକର୍ଡ ଭୁକ୍ତ ଜଙ୍ଗଲକୁ ଅଧିଗ୍ରହଣ କରାଯାଉ ନଚେତ ଜଙ୍ଗଲକୁ ରାସ୍ତା ଦିଆଯାଉ । ପୁଲିସର ଧମକ ବନ୍ଦ କରାଯାଉ ,ନାଲକୋ ପକ୍ଷରୁ ଯେ କୌଣସି ଜାଗାକୁ ଅଧିଗ୍ରହଣ କଲାବେଳେ ଗ୍ରାମବାସୀଙ୍କୁ ନପଚାରି କରୁଥିବାରୁ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଜନସାଧାରଣଙ୍କ ଦାବି ଶୁଣିବା ପରେ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କର କ୍ଷତିପୁରଣ ରାଶି କିପରି ସୁବିଧାରେ ପାଇ ପାରିବେ ସେଦିଗରେ ପଦକ୍ଷେପ ନେବା ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ ଏବଂ ଗ୍ରାମବାସୀ ମାନେ ଦାବି କରିଥିବା ନିଯୁକ୍ତି ଓ ଗ୍ରାମର ପାରିପାର୍ଶିକ ଉନ୍ନତି ଉପରେ କୌଣସି ସମାଧାନର ସୂତ୍ର ବାହାରିପାରିନଥିଳା । ଫଳରେ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରି ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ପଳାଇ ଆସିବା ସହିତ ପୁଣି ଥରେ ଧାରଣାରେ ବସିଥିଲେ । ଏନେଇ ପ୍ରଶାସନ ପକ୍ଷରୁ ଛେଣ୍ଡିପଦା ତହସିଲଦାର ଗ୍ରାମବାସୀଙ୍କ ନିକଟକୁ ଯାଇ ଗ୍ରାମବାସୀଙ୍କ ତ୍ରୀପାକ୍ଷିକ ଆଲୋଚନା କରାଯାଇ ଆସନ୍ତା ମଙ୍ଗଳବାର ସମାଧାନ କରାଯିବ ତେଣୁ ସେପର୍ଯ୍ୟନ୍ତ ଧାଣାକୁ ସ୍ଥଗିତ ରଖାଯାଉ ବୋଲି ପ୍ରତିଶୃତି ଦେବା ପରେ ଗ୍ରାମବାସୀ ମାନେ ଆନ୍ଦୋଳନକୁ ସାମୁହିକ ଭାବେ ବନ୍ଦ ରଖିଥିଲେ । ଏହାକୁ ନେଇ ରାଇଝରଣ ଗ୍ରାମର ଚତୁଃପାଶ୍ୱରେ ଥିବା କୋଲ ବ୍ଲକର ଜମିଅଧିଗ୍ରହଣକୁ ବିରୋଧ କରି ଗ୍ରାମବାସୀ ମାନେ ରବିବାର ଗ୍ରାମର ଗ୍ରାମ୍ୟଦେବୀଙ୍କ ଠାରେ ପୂଜାର୍ଚ୍ଚନା କରିବା ସହିତ ବଜ୍ର ଶପଥ ନେଇଥିଲେ । ଗ୍ରାମବାସୀଙ୍କ କହିବା ମୁତାବକ ଗ୍ରାମର ଚତୁଃପାର୍ଶ୍ଵରେ କର୍ଯ୍ୟରତ ଥିବା କମ୍ପାନୀ ମାନେ ଗ୍ରାମବାସୀଙ୍କୁ ନିଯୁକ୍ତି ବିସ୍ଥାପନ ଓ ଥଇଥାନ ଆଦି ଅଣଦେଖା କରୁଛନ୍ତି । ଏହାକୁ ନେଇ ଗ୍ରମବାସୀ ମାନେ ଏକଜୁଟ ହୋଇ ମା’ଗ୍ରାମେଶ୍ୱରୀ,ପୀତାବଳୀ ଓ ଦକ୍ଷିଣକାଳୀଙ୍କ ନିକଟରେ ପୂଜାର୍ଚ୍ଚନା କରି କମ୍ପାନୀ ବିରୁଦ୍ଧରେ ବଜ୍ର ଶପଥ ନେଇଥିଲେ ।
What’s your Reaction?
+1
+1
+1
+1
+1
3
+1
3
+1