ଅନୁଗୋଳ – ପରକୀୟା ପ୍ରୀତିରୁ ହଟହଟା ହେଲେ ବିଧବା ମହିଳା । କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ବିଧବା ମହିଳା ଓ ପ୍ରେମିକ । ବିଧବା ମହିଳା ଓ ପ୍ରେମିକକୁ ଅଂସଯତ ଅବସ୍ଥାରେ ଘରୁ ଉଦ୍ଧାର କରି ମାଡ ମାରିବା ସହ ,ହାତ ବାନ୍ଧି ଗାଁ ଦାଣ୍ଡରେ ବୁଲାଇ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ । ଯାହାର ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲ ଡେଇଁ ବୁଲୁଛି । ଆଉ ଏହି ଭିଡ଼ିଓ ଟି ତାଳଚେର କଣ୍ଢାଳ ପଞ୍ଚାୟତ ଅଞ୍ଚଳର ବୋଲି ଜଣା ପଡିଛି। ସୂଚନା ଅନୁସାରେ ସେହି ଅଞ୍ଚଳର ଜଣେ ବିଧବା ମହିଳା ଖଣିରେ ସୁରକ୍ଷାକର୍ମୀ ଭାବେ କାମ କରନ୍ତି । ବିବାହର ଅଳ୍ପ ଦିନ ପରେ ତାଙ୍କ ସ୍ବାମୀ ମୃତ୍ୟୁ ମୁଖରେ ପଡିଥିବା ବେଳେ ସେ ତାଙ୍କ ଶଶୁର ଘରେ ରୁହନ୍ତି । ତେବେ ଗତ କିଛିଦିନ ହେଲା ବାଲୁଗାଁ ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଫଳରେ ଯୁବକ ଜଣଙ୍କ ଲୁଚିଛପି ଆସି ମହିଳାଙ୍କୁ ଦେଖା କରନ୍ତି । ତେବେ ଗତକାଲି ରାତିରେ ମଧ୍ୟ ଯୁବକ ଜଣଙ୍କ ମହିଳାଙ୍କ ନିକଟକୁ ଆସିଥିବା ବେଳେ ଶଶୁର ଘର ଲୋକ ଜାଣିପାରି ଉଭୟ ଥିବା କୋଠରୀ ବାହାରୁ ତାଲା ପକାଇ ଦେଇଥିଲେ । ଆଉ ସକାଳେ ସାହି ଲୋକଙ୍କ ଉପସ୍ଥିତିରେ କବାଟ ଖୋଲିବା ପରେ ଉଭୟଙ୍କୁ ମାଡ ମାରିବା ସହ ଏକ ଦଉଡିରେ ବାନ୍ଧି ଦେଇଥିଲେ । ଏତିକିରେ ରହି ନଥିଲେ ସାହି ଲୋକ କି ଶାଶୁ ଘର ଲୋକ । ଉଭୟଙ୍କୁ ଏକାଠି ବାନ୍ଧି ରାସ୍ତାରେ ବୁଲାଇଥିଲେ । ଆଇନକୁ ହାତକୁ ନେଇ ଏଭଳି ରାସ୍ତାରେ ବୁଲାଇଥିବା ବେଳେ ଦେଖଣାହାରୀ ସାଜିଥିଲେ ଅନେକ ଲୋକ । କିଏ ତାଛଲ୍ୟ କରୁଥିଲା ତ କିଏ ମୋବାଇଲରେ ଭିଡ଼ିଓ ଉଠାଇ ମଜା ନେଉଥିଲା । ପ୍ରାୟ ୨ ଘଣ୍ଟା ଏଭଳି ତାମସା ଚାଲିଥିଲା । ପରେ ପ୍ରେମିକର ପରିବାର ଲୋକଙ୍କୁ ଡକାଇ ଉଭୟଙ୍କ ମଧ୍ୟରେ ଆପୋଷ ଆଲୋଚନା କରି ଛାଡି ଦେଇଥିଲେ । ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ଭିଡ଼ିଓ ଏବେ ସୋସିଆଲ ମେଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି । ଆଇନର ଆଶ୍ରୟ ନ ନେଇ ଲୋକ କାହିଁକି ଆଇନକୁ ହାତକୁ ନେଲେ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି । ସେପଟେ ଏ ନେଇ ପୋଲିସରେ କୌଣସି ଅଭିଯୋଗ ହୋଇ ନଥିବା ଜଣା ପଡିଛି । ତେବେ ଆଇନକୁ ହାତକୁ ନେଇଥିବା ଲୋକ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଅନ୍ୟ କିଛି ଆଲୋଚନା କରୁଛନ୍ତି । ଗ୍ରାମବାସୀ ଙ୍କ କଙ୍ଗାରୁ କୋର୍ଟ ମାନବ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ।
What’s your Reaction?
+1
1
+1
1
+1
+1
2
+1
8
+1
+1
3