ଅପରାଧ କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଗୋଡାଇ ଗୋଡାଇ ଧରିଲା ବନ ବିଭାଗ Angul OnlineJune 4, 2022June 4, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ କୋଶଳା ଗ୍ରାମ ନିକଟରେ ଗତକାଲି ରାତ୍ରୀ ୩ ଟା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଛେଣ୍ଡିପଦା ବନବିଭାଗ ଏକ କେନ୍ଦୁପତ୍ର ବୋଝେଇ ପିକ୍ ଅପ୍ ଭ୍ୟାନ୍ କୁ ଧରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଦୁଇଟି ପିକ୍ ଅପ୍ ଭ୍ୟାନ୍ ଗତକାଲି ରାତିରେ କଣିହାଁ ଅଞ୍ଚଳରୁ ବ୍ରାହ୍ମଣବିଲ୍ ଦେଇ ବାହାରକୁ କେନ୍ଦୁପତ୍ର ଚାଲାଣ ହେଉଥିବା ବନ ବିଭାଗ ଖବର ପାଇଥିଲା । ଏଥିପାଇଁ ବାଟରେ ବନ ବିଭାଗ ଛକି ରହି ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲା । ତେବେ ବନ ବିଭାଗକୁ ଦେଖି ଉଭୟ ଗାଡି ଫେରାର ହୋଇ ଯିବାକୁ ଚେଷ୍ଟା କରିଥିଲେ । ଛେଣ୍ଡିପଦା ବନବିଭାଗ ଗାଡ଼ିକୁ ପିଛା କରି କୋଶଳା ଗ୍ରାମ ନିକଟରେ ଗୋଟିଏ କେନ୍ଦୁପତ୍ର ବୋଝେଇ ଗାଡ଼ିକୁ ଅଟକାଇବାକୁ ସଫଳ ହୋଇଥିଲା । ଅନ୍ୟ ଗାଡି ଟି ଫେରାର ହୋଇଥିବା ଜଣା ପଡିଛି । ଛେଣ୍ଡିପଦା ବନବିଭାଗ ଜବତ ଗାଡିକୁ କାର୍ଯ୍ୟାଳୟକୁ ଆଣି ଯାଞ୍ଚ କରିବା ବେଳେ ଗାଡ଼ିରେ ୨୩୫ ପ୍ୟାକେଟ କେନ୍ଦୁପତ୍ର ଥିବା ଦେଖିବାକୁ ମିଳିଥିଲା । ଏହି ଗାଡିର ଚାଳକ ମଧ୍ୟ ଫେରାର ହୋଇ ଯାଇଥିବା ବେଳେ ବନ ବିଭାଗ ଅଧିକ ତଦନ୍ତ କରୁଛି । Advertisement
ଜନ୍ମଦିନ କେକ କଟାକୁ ଡାକିଲେ ନାହିଁ ବୋଲି ବିଚ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ ଅନୁଗୁଳ – ବିଚ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଅନୁଗୁଳ ଅମଲାପଡା ଛଳ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଦିନ ପ୍ରାୟ…
ଭୁଜାଲି ଦେଖାଇ ଲୁଟିନେଲେ ତିନି ଲକ୍ଷ ଟଙ୍କା ପାଲଲହଡା – ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଠାରୁ ମାତ୍ର ପଚାଶ ମିଟର ଦୁରରେ ଭୁଜାଲୀ ଦେଖାଇ ତିନି ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ଵୃତ୍ତ । ସୂଚନା…
ଧାର ଆକାରରେ ଟଙ୍କା ନେଇ ମହିଳା ଚମ୍ପଟ – ଥାନର ଦ୍ଵାରସ୍ଥ ହେଲେ ମହିଳା ଅନୁଗୁଳ – ଟଙ୍କା ଧାର ଆକାରରେ ନେଇ ମହିଳା ଚମ୍ପଟ । ଏ ନେଇ ଥାନାରେ ଅଭିଯୋଗ କଲେ ମହିଳା । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ…