ଅପରାଧ ଛେଳି ଚୋରି ଅଭିଯୋଗରେ ତିନି ଜଣଙ୍କୁ ବାନ୍ଧିଲା ପୁଲିସ Angul OnlineAugust 30, 2022August 30, 2022 ଅନୁଗୁଳ – ଛେଳି ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ସାନକଞ୍ଜଣୀ ଗାଁର ବ୍ରାହ୍ମଣୀ ନାଏକ ନାମକ ଜଣେ ବିଧବାଙ୍କ ଘର ବାହାରୁ ତାଲା ପକାଇ ବାହାରେ ଥିବା ଛେଳି କୋଠିରୁ ଗୋଟେ ଛେଳି ଚୋରି ହୋଇଥିଲା । ତେବେ ଛେଳି ବୋବାଇବା ଶବ୍ଦ ଶୁଣି ବ୍ରାହ୍ମଣୀ ଉଠି ପାଟି କରିଥିଲେ । ତେବେ ବାହାରୁ କବାଟ ଦିଆଯାଇଥିବାରୁ ସେ ବାହାରକୁ ବାହାରି ପାରିନଥିଲେ । ପରେ ଗାଁ ଲୋକ କବାଟ ଖୋଲିବା ସହ ଛେଳି ଚୋରାକୁ ଖୋଜାଖୋଜି କରିଥିଲେ । ହେଲେ ଛେଳି ନ ମିଳିବାରୁ ବ୍ରାହ୍ମଣୀ ଅନୁଗୁଳ ସଦର ଥାନାରେ ଥାନାରେ ଲିଖୁତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୁଲିସ କୁମୁରୁସିଂହା ଗାଁର ସୁଦାମ ନାଏକ , ସାନକଞ୍ଜଣୀ ଗାଁର ପ୍ରଶାନ୍ତ ନାଏକ ଓ ଶ୍ରୀକାନ୍ତ ନାଏକ ସମ୍ପୃକ୍ତ ଥିବା ଜାଣିବା ପରେ ସେମାନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । Advertisement
ବ୍ରାଉନସୁଗାର୍ ଓ ଗଞ୍ଜେଇ ଜବତ – ୨ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ସଦର ଏବଂ ମୋବାଇଲ ରେଞ୍ଜ ପକ୍ଷରୁ ଜରପଡା ଓ ନାଲକୋ ଅଞ୍ଚଳରେ ଚଢାଉ କରାଯାଇଥିଲା । ଏହି ଚଢାଉ…
ବ୍ରିଜ ତଳୁ ମୃତଦେହ ଉଦ୍ଧାର – ହତ୍ୟା ସନ୍ଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ରୁ ଅନ୍ତୁଳିଆ ରାସ୍ତାରେ ଥିବା ହାତିଗଞ୍ଜ ବ୍ରିଜ ତଳୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ଅସ୍ତରଙ୍ଗପୁର ଗାଁର…
ପଞ୍ଜାବରୁ ଆସି କରୁଥିଲେ ଅପରାଧ – ମାରଣାସ୍ତ୍ର ସହ କାବୁ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ପୁଲିସ କବଜାରେ ପଞ୍ଜାବର ଦୁଇ ଅପରାଧୀ । ଯେଉଁମାନେ ଅନୁଗୁଳ ଜିଲାରେ ରହି ବିଭିନ୍ନ ପ୍ରକାର ଅପରାଧ ଘଟାଉ ଥିବା…