ଅପରାଧ ୬ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ Angul OnlineJanuary 17, 2022January 17, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଥମିବାର ନାଁ ନେଉନି । ବାରମ୍ବାର ପୁଲିସ ଓ ଅବକାରୀ ବିଭାଗର ଚଢ଼ାଉ ପରେ କିଛି ବର୍ଷ ଏହି ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚାଷରୁ କ୍ଷାନ୍ତ ପଡିବା ପରେ ଏବେ ପୁଣି ବିଭିନ୍ନ ସ୍ଥାନରେ ବେଆଇନ ଗଞ୍ଜେଇ ଚାଷ କରୁଛନ୍ତି । ମୁଖ୍ୟତଃ ଜଙ୍ଗଲ ଜମି ଓ ପାହାଡିଆ ଅଞ୍ଚଳ ଏବେ ଗଞ୍ଜେଇ ଚାଷୀଙ୍କ ଚରାଭୂମି ପାଲଟିଛି । ଏଭଳି ବେଆଇନ ଗବଜେଇ ଚାଷ ହୋଇଥିବା ଖବର ପାଇ ଆଜି ପୁରୁଣାକୋଟ ପୁଲିସ ଓ ଅନୁଗୁଳ ସ୍ପେଶାଲ ପୁଲିସ ଟିମ ପୁରୁଣାକୋଟ ଥାନା ଅଞ୍ଚଳର କନ୍ଧକୋଇଲି , ମୁଣ୍ଡାସାହି ଓ ବାଲିଜେରେଙ୍ଗରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ବେଳେ ପ୍ରାୟ ୪ ଏକର ଜମିରୁ ଚାଷ ହୋଇଥିବା ପ୍ରାୟ ୬ ହଜାର ପରିପକ୍ୱ ଗଛ କଟା ଯାଇଥିଲା । ପରେ ପୁଲିସ ଏହି ସବୁ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରିଦେଇଛି । Advertisement
ବନ୍ଧୁ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଚଉରାଡ଼ିହ ଗାଁର ଜଣେ ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ଅଦାଲତର…
ମାତ୍ର ଅଶୀ ଟଙ୍କା ପାଇଁ ହତ୍ୟା କରିଥିବା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଓଗି ଗାଁରେ ଛଅ ବର୍ଷ ତଳେ ଘଟିଥିବା ଏକ ବିଭତ୍ସ ହତ୍ୟା ମାମଲାର ରାୟ ବୁଧବାର ଅତିରିକ୍ତ ଜିଲ୍ଲା…
ଫାଣ୍ଡିରେ ପଶିଲେ – ଯାହା ପାରିଲେ ଭାଙ୍ଗିଲେ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡିରେ ଯୁବକଙ୍କ ଉନ୍ମତ କାଣ୍ଡ । ବିନା ଅନୁମତିରେ ଜମିରେ ବୋର ୱେଲ ଖୋଳାଯାଇ ସର୍ଭେ କରାଯାଉଥିବାରୁ…