କ୍ଷୀରୋଦକୁ ଏନକାଉଣ୍ଟର କଲା ପୁଲିସ – କଣ କଣ କ୍ରାଇମ କରିଥିଲା କ୍ଷୀରୋଦ ପଢନ୍ତୁ

ଶିଳ୍ପ ବହୁଳ ଜିଲ୍ଲାରେ ଶିଳ୍ପ ଓ ଖଣି ଖାଦାନ ବଢୁଥିବା ବେଳେ ବେଳେ ଜିଲ୍ଲାରେ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ବଢିଛି । ଅପରାଧି ମାନେ ପୁଲିସ ଯୋଗୁଁ ନିଜ ଷ୍ଟ୍ରାଟେଜି ମଧ୍ୟ ବଦଳାଉଛନ୍ତି । ଏଥିପାଇଁ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଯାଉଛି । ଏପରିସ୍ଥଳେ ଅନୁଗୁଳ ଜିଲ୍ଲା ଏସ ପି ରାହୁଲ ଜୈନ ପୁଲିସର ଷ୍ଟାଇଲ ଚେଞ୍ଜ କରିଛନ୍ତି । ଅପରାଧୀଙ୍କୁ ସାବାଡ଼ କରିବାକୁ ପଣ କରି ନେଇଥିଲେ । ଏଥିପାଇଁ ଗତ ଗୁରୁବାର ଦିନ ତାଳଚେରରେ କୁଖ୍ୟାତ ଅପରାଧି ସୁଶାନ୍ତ ନାଏକକୁ ଏନକାଉଣ୍ଟର କରା ଯାଇଥିଲା । ଶୁକ୍ରବାର ୩ ଜଣ କୁଖ୍ୟାତ ଅପରାଧି ଡ଼କାୟତ ଯୋଜନା କରୁଥିବା ବେଳେ ଧରା ଯାଇଛି । ଆଉ ପୁଣି ଆଜି ଦୁର୍ଦାନ୍ତ ଅପରାଧି କୁହା ଯାଉଥିବା କ୍ଷୀରୋଦ ନାଏକକୁ ଏନକାଉଣ୍ଟର କରିଛି ଅନୁଗୁଳ ପୁଲିସ ।

ସୂଚନା ଅନୁସାରେ , ଗତ ବିଳମ୍ବିତ ରାତିରେ ଛେଣ୍ଡିପଦା ପୁଲିସ କ୍ଷୀରୋଦ ନାୟକକୁ ଧରିବା ପାଇଁ ଚେଷ୍ଟା କରୁଥିବା ସମୟରେ ଟାଉନ ଥାନା ଅଧୀନରେ ଆସୁଥିବା କୁରୁଡ଼ୋଲ ହନୁମାନ ବାଟିକା ଆମ୍ବ ବଗିଚା କୁ କ୍ଷୀରୋଦ ପଶି ଯାଇଥିଲା। କ୍ଷୀରୋଦ ନାୟକ ଧରିବା ପାଇଁ ଛେଣ୍ଡିପଦା ପୁଲିସ, ଅନୁଗୁଳ ଟାଉନ ପୁଲିସ ଏବଂ ସ୍ପେସିଆଲ ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ାଉ କରିଥିଲେ। ପୁଲିସ ଏବଂ ସ୍ପେସିଆଲ ସ୍କ୍ୱାର୍ଡ ଚଢ଼ାଉ ବେଳେ କ୍ଷିରୋଦ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା । ପୁଲିସ ପାଲଟା ଜବାବ ଦେବାରୁ କ୍ଷୀରୋଦର ଡାହାଣ ଗୋଡ଼ ରେ ଗୁଳି ବାଜିଛି । ଗୁଳି ବାଜି ଥିବାରୁ କ୍ଷୀରୋଦ ଗୁରୁତର ହୋଇ ଯାଇଥିଲେ । ପୁଲିସ ଗୁରୁତର ଅବସ୍ଥାରେ କ୍ଷୀରୋଦ କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଛି । କ୍ଷୀରୋଦ ର ଘର ଛେଣ୍ଡିପଦା ଅଞ୍ଚଳ ଗୋଲାଗାଡ଼ିଆ । ତା ନିକଟରୁ ଗୋଟିଏ ପିସ୍ତଲ , ଗୋଟିଏ ଜୀବନ୍ତ ଗୁଳି ଏବଂ ଗୋଟିଏ ପଲସର ମୋଟରସାଇକେଲ ଜବତ କରାଯାଇଛି ।

କ୍ଷୀରୋଦ ନାମରେ ଅନୁଗୁଳ , ଢେଙ୍କାନାଳ ଓ ଦେବଗଡ ଜିଲ୍ଲାର ବିଭିନ୍ନ ଥାନାରେ ୨୮ ଟି ମାମଲା ରହିଛି । ଏହା ଭିତରୁ ଅନୁଗୁଳ ଥାନାରେ ଗୋଟିଏ , ବିକ୍ରମପୁର ଥାନାରେ ଗୋଟିଏ , ଛେଣ୍ଡିପଦା ଥାନାରେ ୬ ଟି ମାମଲା ରହିଛି । ହଣ୍ଡପା , ନିଶା ଶିଳ୍ପାଞ୍ଚଳ ଓ ଜରପଡା , ତାଳଚେର , ଏନ ଟି ପି ସି , ପାଲଲହଡା ଥାନାରେ ଗୋଟିଏ ଲେଖାଏଁ ମାମଲା ଓ ଖମାର ଥାନାରେ ତିନୋଟି ମାମଲା ରହିଥିବା ବେଳେ ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ ଥାନାରେ ୨ ଟି , କାମାକ୍ଷାନଗର ଥାନାରେ ୩ ଟି , ପରଜଙ୍ଗ ଥାନାରେ ୧ ଟି , କଣ୍ଟାବଣିଆ ଥାନାରେ ୧ଟି ଏବଂ ତୁମୁଶିଙ୍ଗା ଥାନାରେ ୨ ଟି ମାମଲା ରହିଛି । ସେହିପରି ଦେବଗଡ ଜିଲ୍ଲାର କୁଣ୍ଢେଇଗୋଳା ଥାନାରେ ୨ ଟି ମାମଲା ମଧ୍ୟ ରହିଛି । ସବୁ ଥାନା ଅଞ୍ଚଳରେ ସେ ଚୋରୀ , ରାହାଜାନି ଓ ବନ୍ଧୁକ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଏହା ସହ ତା ନାମରେ ତିନୋଟି ଏନ ବି ଡବ୍ଲୁ କେସର ୱାରେଣ୍ଟ ମଧ୍ୟ ରହିଛି । ଦୀର୍ଘ ୧୦ ବର୍ଷ ହେଲା ପୁଲିସ ତାକୁ ଖୋଜୁଥିବା ବେଳେ ସେ ସବୁ ସମୟରେ ପୁଲିସକୁ ଚକମା ଦେଖାଇ ପଳାଇ ଯାଉଥିଲା । ଶେଷରେ ଅନୁଗୁଳ ଏସ୍ ପି ରାହୁଲ ଜୈନଙ୍କ ନେତୃତ୍ବରେ ଅନୁଗୁଳ ପୁଲିସ ହାବୁଡରେ ସେ ପଡି ଯାଇଛି ।

Advertisement

Leave a Reply

Your email address will not be published. Required fields are marked *