ଅପରାଧ ଡକାୟତି ଉଦ୍ୟମ ବେଳେ ପୁଲିସର ଚଢ଼ାଉ – ୫-ଗିରଫ Angul OnlineOctober 14, 2021October 15, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ପାଇଁ ଉଦ୍ୟମ ହେଉଥିବା ବେଳେ ୫ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବିହାରୀପୁର ଗ୍ରାମର ଦୀପୁ ନାଏକ , ଚାଉଳିକୁଟା ଗ୍ରାମର ହାପି ନାଏକ , ରେମୁଆଁ ମୁଣ୍ଡା ସାହିର ସରୋଜ ସିଂହ, ଚାଉଳିକୁଟା ଗ୍ରାମର କପିଳ ନାଏକ ଓ ଧରମପୁର ଗ୍ରାମର କମଳାକାନ୍ତ ମହାପାତ୍ର । ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ , ଗିରଫ ଅଭିଯୁକ୍ତ ମାନେ ପିସ୍ତଲ, ଖଣ୍ଡା, ଭୁଜାଲି ଭଳି ମାରାଣାସ୍ତ୍ର ଧରି ଏକ ବଡ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ତାଳଚେର ପୁଲିସ ଚଢ଼ାଉ କରିବା ସହ ଏକ ବଡ଼ ଧରଣର ଡକାୟତି ପଣ୍ଡ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତ ମାନେ ତାଳଚେର ଅଞ୍ଚଳର ବିଭିନ୍ନ ସ୍ଥାନରେ ହୋଇଥିବା ଚୋରି , ରାହାଜାନିରେ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି । ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । Advertisement
ନାବାଳିକା ଦୁଷ୍କର୍ମକାରୀ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୋଳ – ସୋମବାର ଦିନ ମାନ୍ୟବର ଆଡହକ ଆଡିସନାଲ ଜିଲ୍ଲା ଓ ସେସନ୍ ଜଜ୍ ଫାଷ୍ଟଟ୍ରାକ ସ୍ପେସାଲ୍ କୋର୍ଟ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରୀକୁ ୨୦ବର୍ଷ…
ମୋଟରସାଇକେଲରେ ଆସି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟିନେଲେ ୭୦ ହଜାର ଟଙ୍କା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ବାୟାଣୀ ପିଠ ନିକଟସ୍ଥ ଫାକ୍ସନ ଠାରେ କେଟିଏମ ମୋଟରସାଇକେଲରେ ଆସି ମାରଣାସ୍ତ୍ର ଦେଖାଇ ଜଣେ ଫାଇନାନ୍ସ କର୍ମଚାରୀଙ୍କ…
ସ୍ବାମୀର ମାଡରେ ସ୍ତ୍ରୀ ମୃତ – ପରକ୍ରିୟା ସନ୍ଦେହରେ ହତ୍ୟା ଅଭିଯୋଗ ଅନୁଗୁଳ – ପରକ୍ରିୟା ସନ୍ଦେହରେ ସ୍ତ୍ରୀକୁ ମାଡ ମାରିଲା ସ୍ଵାମୀ । ସ୍ବାମୀର ମାଡରେ ଟଳି ପଡିଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟନା ଅନୁଗୁଳ ଜିଲ୍ଲା…