ଅପରାଧ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ – ୪ ଗିରଫ , ଟଙ୍କା , ମୋଟରସାଇକେଲ ଓ ଜୁଆ ସାମଗ୍ରୀ ଜବତ Angul OnlineJune 4, 2022June 4, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ବିଲମ୍ବିତ ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ କିଛି ଜୁଆଡି ଫେରାର ହୋଇ ଯାଇଥିବା ବେଳେ ୪ ଜଣ ଜୁଆଡ଼ିଙ୍କୁ ଗିରଫ କରିବାରେ ଛେଣ୍ଡିପଦା ପୁଲିସ ସକ୍ଷମ ହୋଇଥିଲା । ସୂଚନା ଅନୁସାରେ ନୂଆଁପଡା ଗାଁର ପେଟ୍ରୋଲ ଟାଙ୍କି ପଛ ପାଖରେ ଥିବା ଏକ ସ୍ଥାନରେ ଅନେକ ଦିନ ହେଲା ଜୁଆ ଆଡ୍ଡା ଚାଲିଥିବା ପୁଲିସ ସୂଚନା ପାଇଥିଲା । ଏହି ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ଛେଣ୍ଡିପଦା ପୁଲିସ ସେହି ସ୍ଥାନରେ ସଦଳବଳେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୬ ରୁ ୭ ଜଣ ଜୁଆଡ଼ି ଖସି ପଳାଇବାକୁ ସକ୍ଷମ ହୋଇଥିଲେ । ତେବେ ଘଟଣା ସ୍ଥଳରୁ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା । ଗିରଫ ଜୁଆଡ଼ି ମାନେ ହେଲେ ନୂଆପଡା ଗାଁର ଅନିଲ ମହାପାତ୍ର , ଛେଣ୍ଡିପଦା ବଜାରସାହିର ସୁବଳ ବେହେରା , କଇଥସାହିର ରତିକାନ୍ତ ମାଝୀ ଓ କେନ୍ଦ୍ରାପଡା ଜିଲ୍ଲା ଗୋଧନା ଗାଁର ଭାସ୍କର ରାଉତ । ଏହି ଚଢ଼ାଉ ବେଳେ ଜୁଆଡ଼ି ମାନେ ଛାଡି ଯାଇଥିବା ୮ ଟି ମୋଟରସାଇକେଲ , ତାସ , ୭ ହଜାର ୫ ଶହ ଟଙ୍କା ଓ ୩ ଟି ମୋବାଇଲ ଜବତ କରାଯାଇଛି । ପୁଲିସ ଆଜି ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି । Advertisement
ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣାରେ ମହିଳା କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ଭାଲିଆବେଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭାଲିଆବେଡା ଗ୍ରାମର ୩୫…
ଦୁଇ ଚୋରୀ ଟ୍ରକ୍ ଉଦ୍ଧାର – ୫ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଚୋରୀ ହୋଇଥିବା ଦୁଇଟି ଟ୍ରକ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି ।…
ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ – ନିସ୍ତୁକ ମାଡ଼ ଯୋଗୁଁ ମୃତ୍ୟୁ ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଯୋଡ଼ା ଧରିଛି । କିଛି ଦିନ ତଳେ ସମ୍ପୃକ୍ତ…